ଅକାଳୀ କର୍ମୀଙ୍କ ଆକ୍ରମଣରେ ୩ ଆପ୍‌ କର୍ମୀ ଆହତ

ନୂଆଦିଲ୍ଲୀ: ପଞ୍ଜାବର ଭଠିଣ୍ଡାରେ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୩ ଆପ୍‌ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି।

ଅକାଳୀ ଦଳର କିଛି କର୍ମୀ ଆପ୍‌ର ଏହି କର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିବା ଅଭିଯୋଗ କରାଯାଇଛି। ଏହି ଆକ୍ରମଣରେ ତିନିଜଣଙ୍କୁ ଗିରଫ କରାଯାଇଛି।