ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପହଲଗାଓଁରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀମାନେ ହିଜିବୁଲ ମୁଜାହିଦ୍ଦିନ ଗୋଷ୍ଠୀର ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ  ହିଜିବୁଲର ଜଣେ ଜିଲ୍ଲା କମାଣ୍ଡର ଅଛନ୍ତି।

ପହଲଗାଓଁର ଏକ ଗାଁରେ ଗତକାଲି ସନ୍ଧ୍ୟାରେ ତିନି ଆତଙ୍କବାଦୀ ଲୁଚି ରହିଥିବା ଗୋଇନ୍ଦା  ସୂଚନା  ପାଇବା ପରେ  ସେନା ପକ୍ଷରୁ  ଗାଁକୁ ଘେରି ଯାଇଥିଲେ ଓ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କୁ  ଦେଖି ଲୁଚି ରହିଥିବା ଆତଙ୍କବାଦୀ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ସଂଘର୍ଷ ବେଳେ ତିନି ଆତଙ୍କବାଦୀ ନିହତ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।