ପାକିସ୍ତାନ: ନ୍ୟୁଜ୍ ଚ୍ୟାନେଲ୍ ଉପରେ ଗ୍ରେନେଡ୍ ମାଡ଼, ୩ ଗୁରୁତର

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶର ଏକ ଘରୋଇ ନ୍ୟୁଜ ଚ୍ୟାନେଲ ଉପରେ ମଙ୍ଗଳବାର ଗ୍ରେନେଡ ମାଡ ହୋଇଛି। ଏଥିରେ ୨ ଜଣ ପୋଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ମୋଟର ସାଇକେଲରେ ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଗ୍ରେନେଡ ମାଡ କରିଥିଲେ। ଗ୍ରେନେଡ ବିସ୍ଫୋରଣର ପ୍ରଭାବ ଏପରି ଥିଲା ଯେ, ଘରୋଇ ନ୍ୟୁଜ ଚ୍ୟାନେଲ କୋଠାର କାଚ ସବୁ ଭାଙ୍ଗି ଯାଇଛି।

ଘଟଣାସ୍ଥଳକୁ ପାକିସ୍ତାନ ପୋଲିସର ବରିଷ୍ଠ କର୍ମଚାରୀମାନେ ଯାଇ ଅନୁଧ୍ୟାନ କରିଛନ୍ତି। ଏହି ଗ୍ରେନେଡ ମାଡ ଆଇଏସ ଆତଙ୍କବାଦୀମାନେ ଭିଆଇଥିବା ସନ୍ଦେହ କରାଯାଉଛି।