ସିରିଆରେ ବିଦ୍ରୋହ, ୩୦ ସାଧାରଣ ଲୋକଙ୍କ ମୃତ୍ୟୁ

ଅଲ୍ଲେପୋ: ସିରିଆ ସରକାରଙ୍କ ଅଧୀନରେ ଥିବା ଅଲ୍ଲେପୋ ସହରରେ ଆଜି ବିଦ୍ରୋହୀ ଗୋଷ୍ଠୀଙ୍କ ଆକ୍ରମଣରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ କିଛି ମହିଳା ଓ ଶିଶୁ ଅଛନ୍ତି।

ଏହି ଗୋଷ୍ଠୀ ପୂର୍ବ ଅଲ୍ଲେପୋର ଏକ ଅଞ୍ଚଳରୁ କ୍ଷେପଣାସ୍ତ୍ର ମାଡ କରିଥିଲେ ବୋଲି ସିରିଆରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏକ ମାନବିକ ଅଧିକାର ସଂସ୍ଥା ସୂଚନା ଦେଇଛି।

ଏହି ଘଟଣା ଘଟିବା ପରେ ସିରିଆ ସେନା ପକ୍ଷରୁ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।