ଶୋଭାଯାତ୍ରାରେ ବୁଲିଲା ୩୦ ଫୁଟ ଲମ୍ୱା ତିରଙ୍ଗା: ଦେଓରିଆବାସୀଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଦେଓରିଆ: ଆଜି ଗାନ୍ଧି ଜୟନ୍ତୀ। ଏହି ଅବସରରେ ଦେବରିୟା ଜିଲ୍ଲା ପଥରଦେବା କସ୍ୱେରେ ୩୦ମିଟର ଲମ୍ୱା ଓ ୪ ମିଟର ଚଉଡା ଏକ ତ୍ରିରଙ୍ଗା ପତାକାକୁ ଶୋଭାଯାତ୍ରାରେ ନିଆଯାଇଛି।ପତାକାକୁ ସେଠାକାର କ୍ରିକେଟ କ୍ଲବ ଦ୍ୱାରା ତିଆରା କରାଯାଇଛି।

ଏହି ତ୍ରିରଙ୍ଗା ଶୋଭାଯାତ୍ରା ଏକ ନିଆରା ଢଙ୍ଗରେ ହୋଇଛି। ଶୋଭାଯାତ୍ରା ପଥରଦେଶ ପ୍ରାଥମିକ ବିଦ୍ୟାଳୟରୁ ବାହାରି କସ୍ୱେରେ ବୁଲିଥିଲା। କସ୍ୱେରେ ଏହି ୩୦ମିଟର ପତକାକୁ ବୁଲାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପତାକା ତଳେ ସ୍କୁଟରର ଛୋଟ ଛୋଟ ଚକା ଲଗାଯାଇଥିଲା। ଗାନ୍ଧି ଜୟନ୍ତୀ ଅବସରରେ କିଛି ସ୍ୱତନ୍ତ୍ର କରିବ ପାଇଁ କାସ୍ୱେର ଲୋକେ ଚିନ୍ତା କରିଥିଲେ। ବହୁ ଆଲୋଚନା ପରେ ତିରଙ୍ଗା ପତାକା ଶୋଭାଯାତ୍ରା କରାଯିବାକୁ ସ୍ଥିର କରାଯାଇଥିଲା।