ସାଉଦୀ ଆରବ: ହସ୍ପିଟାଲରେ ନିଆଁ, ୩୧ ମୃତ, ୧୦୦ ଆହତ

ରିଆଦ୍: ସାଉଦୀ ଆରବର ଦକ୍ଷିଣରେ ଥିବା ଜିଜାନ୍ ପ୍ରଦେଶର ଏକ ହସ୍ପିଟାଲରେ ନିଆଁ ଲାଗି ଯିବାରୁ ୩୧ ଜଣଙ୍କ ପ୍ରାଣ ହରାଇଥିବା ବେଳେ ୧୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ଓ ଅଗ୍ନୀଶମ ବିଭାଗର କଠିନ ପରିଶ୍ରମ ପରେ ଗତକାଲି ବିଳମ୍ବିତ ରାତିରୁ ଲାଗିଥିବା ଏହି ନିଆଁକୁ ଆୟତ୍ତ କରାଯାଇ ପାରିଛି ବୋଲି କହିଛନ୍ତି ସାଉଦୀ ସିଭିଲ ଡିଫେନ୍ସ ମୁଖପାତ୍ର ମାଜ୍ ୟାହିଆ ବିନ୍ ଅବଦୁଲ୍ଲା ଅଲ-ହୁଆନ୍ତନି। ଏବେସୁଦ୍ଧା ହସ୍ପିଟାଲରେ କେଉଁ କାରଣରୁ ନିଆଁ ଲାଗିଲା ଜଣାପଡି ନାହିଁ।