ଆରମ୍ଭ ହେଲା ଜିଓ କାଉଣ୍ଟଡାଉନ୍‌: ଅପେକ୍ଷା ଏପ୍ରିଲ୍‌ ପହିଲା

ମୁମ୍ବାଇ: ଜିଓ ପ୍ରାଇମ୍‌ ମେମ୍ବରସିପ୍‌ ପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ଅର୍ଥାତ ଆସନ୍ତାକାଲି ପର୍ଯ୍ୟନ୍ତ। ୫୦ମିଲିୟନ ଲୋକ ଏପର୍ଯ୍ୟନ୍ତ ଜିଓ ପ୍ରାଇମ୍‌ ମେମ୍ବର ହୋଇସାରିଛନ୍ତି। ପାଖାପାଖି ଶହେ ମିଲିୟନ ଲୋକ ଜିଓ ବ୍ୟବହାର କରୁଥିବା ବେଳେ ଏହାର ୫୦ପ୍ରତିଶତ ଲୋକ ଏପର୍ଯ୍ୟନ୍ତ ୯୯ଟଙ୍କା ବ୍ୟୟ କରି ଜିଓ ପ୍ରାଇମ୍ ମେମ୍ବର ହୋଇସାରିଛନ୍ତି। କମ୍ପାନୀର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି ଯେ ପ୍ରାଇମ ମେମ୍ବର ପାଇଁ ଶେଷ ତାରିଖ ସମୟ ସୀମାକୁ ଆଉ ବଢାଯିବନାହିଁ, ତେଣୁ ଆଉ ମାତ୍ର ଗୋଟିଏ ଦିନ ହାତରେ ଥିବାରୁ ଯେଉଁମାନେ ପ୍ରାଇମ ମେମ୍ବର ହୋଇନାହାନ୍ତି ସେମାନେ ୯୯ଟଙ୍କା ବ୍ୟୟକରି ହୋଇପାରିବେ। ପ୍ରାଇମ ମେମ୍ବର ହେବାପରେ ଜଣେ ଚାହିଁଲେ ୩୦୩ ଟଙ୍କା ରିଚାର୍ଜ କରି ୨୮ଜିବି ପାଇବା ସହ ଫ୍ରିରେ ଅନ୍‌ଲିମିଟେଡ୍‌ କଲିଂ କରିପାରିବେ ବୋଲି କମ୍ପାନୀର ଅଧିକାରୀ କହିଛନ୍ତି। ସେପଟେ ପୂର୍ବରୁ କୁହଯାଉଥିଲା କି ୩୧ମାର୍ଚ୍ଚ ପରେ ଆଉଥରେ କମ୍ପାନୀ ପ୍ରାଇମ ମେମ୍ବରସିପ୍‌ ପାଇଁ ଜିଓ ତାର ସମୟ ସୀମା ଘୁଞ୍ଚାଇବ, ହେଲେ ସବୁଠୁ ବଡ କଥା ହେଲା ଆଉ ମାତ୍ର ଗୋଟିଏ ଦିନ ବାକିଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୫୦ପ୍ରତିଶତ ଲୋକ ପ୍ରାଇମ୍‌ ମେମ୍ବର ହୋଇ ପାରିଛନ୍ତି ତେଣୁ କମ୍ପାନୀ ଆଗକୁ ଏଥିପାଇଁ ସମୟ ସୀମା ବୃଦ୍ଧି କରୁଛି ନା ନାହିଁ  ତାହା ଦେଖିବାକୁ ବାକି ରହିଲା ।