ଘାଟି ତଳକୁ ଖସି ପଡ଼ିଲା ବସ୍‌, ୩୨ ଯାତ୍ରୀ ମୃତ !

ରାଇଗଡ଼: ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ଅମ୍ୱେନାଲି ଘାଟିରେ ଆଜି ମଧ୍ୟାହ୍ଣରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିବାରୁ ପ୍ରାୟ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବସ୍‌ଟିରେ କୋଙ୍କଣ କୃଷି ବିଶ୍ୱବିଦ୍ୟାଳୟର ୩୮ ଜଣ କର୍ମଚାରୀ ଥିଲେ। ଏମାନେ ପିକ୍‌ନିକ୍‌ ପାଇଁ ଯାଉଥିବା ବେଳେ ମହାବାଲେଶ୍ୱର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଖବର ପାଇଁ ଏନ୍‌ଡିଆର୍‌ଏଫ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ରିପୋର୍ଟ ଲେଖା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

bus
ଯାତ୍ରା କରିବା ପୂର୍ବରୁ ଉଠାଯାଇଥିବା ଫଟୋ

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More