ମନ୍ତ୍ରୀ କିଣିଥିଲେ ୩୪ଲକ୍ଷ ଟଙ୍କାର ବସ୍‌, ଚପରାସୀ କରୁଛି ଆରାମ୍‌: ଭୋପାଳ ଭ୍ରଷ୍ଟାଚାରରୁ ଗୋଟିଏ ଫର୍ଦ୍ଦ

ଭୋପାଳ: ପ୍ରାଇଭେଟ୍‌ କ୍ୟାବିନ୍‌, ଯେଉଁ କ୍ୟାବିନରେ ଲାଗିଛି ବଡ଼ ଏଲଇଡ଼ି ଟିଭି , ଦାମୀ ସୋଫା ଓ ଆରାମ ଦାୟକ ଖଟ। ତା ସାଙ୍ଗକୁ ଗରମରୁ ରକ୍ଷା ପାଇବା ପାଇଁ ଲାଗିଛି ଦୁଇ ଦୁଇଟି ଏସି। ଏହିଭଳି ସାଜ୍ଜସଜ୍ଜା କୌଣସି ବଡ଼ ଲୋକ ଆରାମ କରିବା ପାଇଁ ନୁହେଁ ବରଂ ସରକାରୀ ଚାକିରୀ କରିଥିବା ସାଧାରଣ ଚପରାସୀ ପାଇଁ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।  ୩୪ ଲକ୍ଷ ଟଙ୍କାର ବସ୍‌ରେ ଆରାମ କରୁଛନ୍ତି ଚତୁର୍ଥଶ୍ରେଣୀ ସରକାରୀ କର୍ମଚାରୀ। ଏହିପରି ଘଟଣା ବିଦେଶରେ ନୁହେଁ ବରଂ ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି।

ସରକାର କା ମାଲ୍ ଦରିଆ ମେଁ ଡାଲ୍ ଡାଇଲଗ୍‌ ପରି ଆଠ ବର୍ଷ ତଳେ ମଧ୍ୟପ୍ରଦେଶର ଜଙ୍ଗଲ ବିଭାଗ ମନ୍ତ୍ରୀ ବିଜୟ ଶାହା ବିଭିନ୍ନ ଜଙ୍ଗଲ ବୁଲିବା ପାଇଁ ସରକାରୀ ରାଜକୋଷରୁ ୩୪ ଲକ୍ଷ ଟଙ୍କା ଦେଇ ଏକ ଲଗ୍‌ଜ୍ୟୁରିୟସ ବସ୍‌ କିଣାଇ ଥିଲେ। ମାତ୍ର ଜଙ୍ଗଲର ପବନ ଖାଇବା ସତେ ଯେପରି ସ୍ୱପ୍ନ ପାଲଟିଛି ଏହି ବସ୍‌ ପାଇଁ। ଏ ପର୍ଯ୍ୟନ୍ତ ୩ ଜଣ ମନ୍ତ୍ରୀ ବଦଳି ହୋଇଥିଲେ ମଧ୍ୟ ଅବବ୍ୟହୃତ ହୋଇ ପଡ଼ିରହିଛି ବସ୍‌ଟି। ତେଣୁ ବସ୍‌ଟିରେ ଏବେ ଆରାମ କରୁଛନ୍ତି ସାଧାରଣ ଚପରାସୀ। ତେବେ ଆଶ୍ଚର୍ଯ୍ୟର କଥା ଏ ପର୍ଯ୍ୟନ୍ତ ଜଙ୍ଗଲର ମୁହଁ ଦେଖି ନଥିବା ବସ୍‌ର ମରାମତି ବାବଦକୁ ୪ ଲକ୍ଷ  ଟଙ୍କା ଖର୍ଚ୍ଚ ହୋଇଛି। ଯାହାକି ଚର୍ଚ୍ଚାର ଖୋରାକ ଯୋଗାଇଛି ପୂରା ଦେଶକୁ।

 

Courtesy: naidunia