ଚୀନ୍‌: ବସ୍‌ରେ ନିଆଁ ଲାଗି ୩୫ ମୃତ, ୧୧ ଆହତ

ବେଜିଂ: କେନ୍ଦ୍ରୀୟ ଚୀନ୍‌ର ଏକ ରାଜପଥରେ ବସ୍‌ରେ ନିଆଁ ଲାଗି ବିସ୍ଫୋରଣ ଘଟିବାରୁ ୨ ଶିଶୁଙ୍କ ସମେତ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି।

୫୬ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ହୁନାନ୍‌ ପ୍ରଦେଶର ଏକ ରାଜପଥରେ ଗତି ଯାଉଥିବା ବେଳେ ଇନ୍ଧନ ଲିକ୍‌ ହୋଇ ନିଆଁ ଲାଗିଯିବାରୁ ଏପରି ଅଘଟଣ ଘଟିଥିବା ସରକାରୀ ସୁତ୍ରରୁ ସୂଚନା ମିଳିଛି।

୧୧ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ନିଟକସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।