ଉତ୍ତରାଖଣ୍ଡରୁ ୪ ଆଇଏସ୍ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ କରିବାକୁ ଚାଲିଥିବା ଏକ ଯୋଜନକୁ ପଣ୍ଡ କରି ଦିଆଯାଇଛି। ଦିଲ୍ଲୀ ପୋଲିସର ଏକ ସ୍ପେଶାଲ୍ ସେଲ୍ ଉତ୍ତରାଖଣ୍ଡର ରୁଡକୀରୁ ୪ ଆଇଏସ୍ ଆତଙ୍କୀକୁ ଗିରଫ କରିଛି। ଏହି ଆତଙ୍କୀମାନଙ୍କ ଟାର୍ଗେଟରେ ରାଜଧାନୀ ଦିଲ୍ଲୀ ବ୍ୟତୀତ ହରିଦ୍ୱାରର ଅର୍ଦ୍ଧକୁମ୍ଭ ଥିଲା।

ମୁଖ୍ୟ ଅଭିଯୁକ୍ତର ନାଁ ଅଖଲାଖ ବୋଲି ଜଣାପଡ଼ିଛି। ପୋଲିସ ସେମାନଙ୍କୁ ପଚରାଉଚରା ଚଳାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ‘ର’ ସହ ମିଶି ଏମାନଙ୍କୁ ଗିରଫ କରିଛି।

ଉତ୍ତରାଖଣ୍ଡ ପୋଲିସ ପାକିସ୍ତାନର ଏକ ସନ୍ଦିଗ୍ଧ ଆତଙ୍କୀ ନାବୀଦ ସମ୍ପର୍କରେ ହାଇଆଲର୍ଟ ଜାରି କରିଛନ୍ତି। କୁମ୍ଭମେଳାକୁ ଦୃଷ୍ଟିରେ ରଖି ଏପରି ହାଇ ଆର୍ଲଟ ଜାରି କରାଯାଇଛି।