୪ ଜଣ ଫାଶୀ ଦଣ୍ଡାଦେଶକୁ କୋହଳ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ୪ ଜଣଙ୍କ ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ ଜେଲ ଦଣ୍ଡାଦେଶ କରି ଦେଇଛନ୍ତି। ଏହି ୪ ଅଭିଯୁକ୍ତ ହେଲେ କୃଷ୍ଣ ମୋଚୀ, ନହ୍ନେ ଲାଲ୍‌ ମୋଚୀ, ବୀର କୁୱଁର ପାଶବାନ୍‌ ଏବଂ ଧର୍ମେନ୍ଦ୍ର ସିଂ।

ଗୃହ ମନ୍ତ୍ରାଳୟ ବିହାର ସରକାରଙ୍କ ସୁପାରିଶ କ୍ରମେ ୮ ଅଗଷ୍ଟ ୨୦୧୬ରେ ଏହି ୪ ଜଣଙ୍କୁ ଆବେଦନ ବିଚାର କରିବାକୁ ସୁପାରିଶ କରିଥିଲେ।

୩୫ଜଣ ଲୋକଙ୍କୁ ହତ୍ୟା ଅଭିଯୋଗରେ ଏହି ୪ ଦୋଷୀଙ୍କୁ ୨୦୦୧ରେ ଏକ ତଳ କୋର୍ଟ ଫାଶୀ ଦଣ୍ଡ ଶୁଣାଇଥିଲେ। ଏହାକୁ ବିରୋଧ କରି ଅଭିଯୁକ୍ତମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ୨୦୦୨ ଏପ୍ରିଲ୍‌ ୧୫ରେ ମାମଲାର ଶୁଣାଣି କରି ତଳ କୋର୍ଟର ଆଦେଶକୁ କାଏମ ରଖିଥିଲେ।