କାଜାଖାସ୍ତାନରେ ଆକ୍ରମଣ, ୪ ମୃତ, ଜଣେ ଗିରଫ

ଅଲ୍‌ମାଟି(କାଜାଖାସ୍ତାନ): କାଜାଖାସ୍ତାନର ରାଜଧାନୀ ଅଲ୍‌ମାଟିରେ ଏକ ପୋଲିସ ଷ୍ଟେସନରେ ଆଜି ସଶସ୍ତ୍ର ଆକ୍ରମଣ ଘଟି ୩ ଜଣ ପୋଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। କାଜାଖାସ୍ତାନ ଆଭ୍ୟାନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ  ଏ ନେଇ ସୂଚନା ଦିଆଯାଇଛି।

ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣେ ୨୭ ବର୍ଷୀୟ ଯୁବକ ଏହି ଆକ୍ରମଣ କରିଥିବା ଜଣାପଡିଛି।