ଆତଙ୍କୀ-ଯବାନ ଗୁଳି ବିନିମୟ, ୪ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁକଶ୍ମୀର ସୋପିଆନ୍‌ ଜିଲ୍ଲାରେ ଯବାନ ଏବଂ ଆତଙ୍କୀଙ୍କ ମଧ୍ୟରେ ସଂଘଟିତ ଗୁଳି ବିନିମୟରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏଥିରେ ୩ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି।

ସେନା, ସ୍ଥାନୀୟ ପୁଲିସ୍‌ ଏବଂ ସିଆରପିଏଫ୍‌ ଯବାନଙ୍କ ମିଳିତ ପ୍ରୟାସରେ ଶ୍ରୀନଗରଠାରୁ ୬୦ କିଲୋମିଟର ଦୂର ନଦୀଗାମ୍‌ ଗାଁରେ ତନଖି କରାଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଏହା ପୂର୍ବରୁ ହିଁ ଆତଙ୍କୀ ଲୁଚିଥିବା ସମ୍ପର୍କରେ ଯବାନମାନେ ଗୁଇନ୍ଦା ବିଭାଗରୁ ସୂଚନା ପାଇଥିଲେ। ସକାଳ ହେବା ଆଗରୁ ହିଁ ଏହି ସର୍ଚ୍ଚ ଅପରେସନ୍‌ ଚାଲିଥିଲା।

ଦୁଇଦିନ ପୂର୍ବରୁ ହିଁ ଅଲ୍‌-ବଦର୍‌ ଗୋଷ୍ଠୀର ୨ ଆତଙ୍କୀ ପ୍ରାଣ ହରାଥିଲେ ଏବଂ ସେହି ସମାନ ଦିନରେ ଆତଙ୍କବାଦୀମାନେ ପୁଲ୍‌ୱାମାଠାରେ ଏକ ସିଆରପିଏଫ୍‌ କ୍ୟାମ୍ପସ୍‌ ଉପରେ ଆକ୍ରମଣ କରିବାରୁ ଏଥିରେ ଜଣେ ଯବାନ ସହିଦ ହୋଇଥିଲେ।