୪୫ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

କରାଚୀ: ସିନ୍ଧ ପ୍ରଦେଶର ଅନ୍ତର୍ଜାତୀକ ସୀମା ଉଲ୍ଲଂଘନ କରିବା ଅଭିଯୋଗରେ ବୁଧବାର ପାକିସ୍ତାନ ପକ୍ଷରୁ ୪୫ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗରିଫ କରାଯିବା ସହ ୬ଟି ବୋଟକୁ ଜବତ କରାଯାଇଛି। ଭାରତର ଏହି ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ମାରିଟାଇମ୍ ସିକ୍ୟୁରିଟି ଏଜେନ୍ସୀ(ପିଏମଏସଏ)ଗିରଫ କରି କାରାଚୀକୁ ନେଇଯାଇଥିବା ଜଣାପଡିଛି। ଗିରଫ ହୋଇଥିବା ଭାରତୀୟମାନେ କେରଳ କିମ୍ବା ତାମିଲନାଡୁ ରାଜ୍ୟର ବୋଲି ଜଣାପଡିଛି।

ଉଭୟ ଦେଶ ପକ୍ଷରୁ ଅନ୍ତର୍ଜାତୀୟ ସୀମାରେ ଭଲ ଭାବେ ମାର୍କ ଲାଇନ୍ ଟଣା ଯାଉ ନ ଥିବାରୁ ଏପରି ଘଟଣା ବାରମ୍ବାର ଘଟୁଛି ବୋଲି ଅଭିଯୋଗ ହେଉଛି।