କୁଆପଥର ମାଡ଼ରେ ମରିଗଲେ ୪୬୦ ଶୁଆ

ମୁମ୍ବାଇ: ପକ୍ଷୀ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର।  ପ୍ରବଳ ଝଡ଼ ବର୍ଷାରେ ମରିଗଲେ ୪୬୦ ଶୁଆ।  ମହାରାଷ୍ଟ୍ରର ଭାନ୍ଦରା ଜିଲ୍ଲା ତୁମ୍‌ସାର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ତୁମ୍‌ସାର ହେଉଛି ମରହାରାଷ୍ଟ୍ରର ଏକ ଜଙ୍ଗଲ ପରିବଷ୍ଟିତ ଅଞ୍ଚଳ।  ଗତ ୧୩ ତାରିଖରେ ଉକ୍ତ ଅଞ୍ଚଳରେ ପ୍ରବଳ ଝଡ଼ ବର୍ଷା ହୋଇଥିଲା। ଏଥିରେ କୁଆପଥର ମାଡ଼ ମଧ୍ୟ ହୋଇଥିଲା। ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ କୁଆପଥର ମାଡ଼ରେ ପ୍ରାୟ ୪୬୦ ଶୁଆଙ୍କ ମୃତ୍ୟୁ ଘଟିଥିଲା। ମୃତ ଶୁଆ ଗୁଡ଼ିକ ରାସ୍ତାରେ ଏଣେ ତେଣେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ତେବେ ଏମିତି ଅଦିନିଆ ଝଡ଼ ପାଇଁ ପରିବେଶବିତ୍‌ ମାନେ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ଦିନକୁ ଦିନ ଜଙ୍ଗଲ ହ୍ରାସ ପାଉଥିବାରୁ  ବିଶ୍ୱତାପନ ବଢି ଜଳବାୟୁର ପରିବର୍ତ୍ତନ ହେଉଛି।  ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଘଟି ଉଭୟ ପ୍ରାଣୀ ଏବଂ ମାନବ ସମାଜ ପାଇଁ ବିପଦ ସାହୁଛି ବୋଲି ପରିବେଶବିତମାନେ କହିଛନ୍ତି।

ସୌଜନ୍ୟ: ଟାଇମ୍‌ସ ଅଫ ଇଣ୍ଡିଆ