ଜୟପୁର-ଅଗ୍ରା ଜାତୀୟ ରାଜପଥରେ ୫୦ଗାଡ଼ି ମଧ୍ୟରେ ଧକ୍କା,ଜଣେ ମୃତ

ଜୟପୁର: ଜୟପୁର-ଅଗ୍ରା  ଜାତୀୟ ରାଜପଥରେ ଆଜି ସକାଳେ  ଏକ ବଡ଼ ଧରଣର  ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୮ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। କୁହୁଡ଼ି ଯୋଗୁଁ ୫୦ ଗାଡ଼ି ପରସ୍ପରକୁ  ଧକ୍କା ଦେବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ, ଜୟପୁରରେ କୁହୁଡ଼ିର ମାତ୍ରା  ଏତେ ଅଧିକ ଥିଲା ଯେ  କିଛି ଦେଖାଯାଉ ନ ଥିଲା।  ଏପରି ସ୍ଥିତିରେ ଗାଡ଼ି ଗୁଡ଼ିକ ପରସ୍ପର ମଧ୍ୟରେ ଧକ୍କା ହୋଇଯାଇଥିଲେ।