ଚୀନ୍‌: ବେଆଇନ୍‌ ଖଣି ଖାଦନ ଯୋଗୁଁ ଭୂସ୍ଖଳନ, ୫ ମୃତ, ୫ ଆହତ

ବେଜିଂ:ବେଆଇନ୍‌ ଭାବେ ମାଇନିଂ ଯୋଗୁଁ ଭୂସ୍ଖଳନ ହେବାରୁ ଚୀନ୍‌ର ହେବାଇ ପ୍ରଦେଶରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଆଜି ପ୍ରଶାସନ ସୂଚନା ଦେଇଛି।

ସେହିପରି ଗତକାଲି ଭୋର ୫ଟା ବେଳେ ତାଙ୍ଗଶାନ୍‌ ସହରର ଫେନ୍‌ଗ୍ରୁନ ଜିଲ୍ଲାରେ ସେହି କାରଣରୁ ଭୂସ୍ଖଳନ ହେବାରୁ ୫ ଜଣ ଗୁରୁତର ଆହତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଥିଲା।

ଗଣମାଧ୍ୟମ ଖବର ଅନୁସାରେ ଏହି ଦୁର୍ଘଟଣା ମାମଲାରେ ୪ ଜଣଙ୍କୁ ଗିରଫ କରି ପୋଲିସ ତନାଘନା ଜାରି ରଖିଛି।