ଅନୁପ୍ରବେଶ ଉଦ୍ୟମ କରି ଗୁଳି ଖାଇଲେ ୫ ପାକ୍‌ ସୈନ୍ୟ

ଶ୍ରୀନଗର:ଜମ୍ମୁ କଶ୍ମୀରିର ଭିମ୍ବର ଏବଂ ବାଟଲ ସେକ୍ଟରରେ ଗୁରୁବାର ଗୁଳି ବିନିମୟ ହୋଇଛି। ପାକିସ୍ତାନ ସୈନ୍ୟଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଛି। ଭାରତୀୟ ଯବାନଙ୍କ ଗୁଳିମାଡ଼ରେ ୫ ପାକିସ୍ତାନ ସୈନ୍ୟ ନିହତ ହୋଇଛନ୍ତି।  ମିଳିଥିବା ସୂଚନା ଅନୁଯାୟୀ ପ୍ରଥମେ ପାକିସ୍ତାନ ପକ୍ଷରୁ ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଥିଲା। ଏଲଓସିରେ  ପାକିସ୍ତାନ ପକ୍ଷରୁ ୮୨ ଏମଏମ ଏବଂ ୧୨୦ ଏମଏମର ମୋର୍ଟାର ମାଡ଼ କରାଯାଇଥିଲା ଆଉ ସେମାନଙ୍କୁ କଡ଼ା ଜବାବ ଦେଇଥିଲେ ଭାରତୀୟ ଯବାନ। ଭାରତୀୟ ସେନାଙ୍କ ଗୁଳିରେ ୫ ପାକ୍‌ ସୈନ୍ୟ ନିପାତ ହୋଇଛନ୍ତି। ଏଥିସହ ଅସ୍ତ୍ର ବିରତି ଉଲ୍ଲଂଘନନେଇ ଭାରତ ପକ୍ଷରୁ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟକୁ ସମନ କରାଯାଇଛି।