ନାଁ ଆତଙ୍କବାଦୀ କାମ ଡକାୟତି: କଶ୍ମୀରରେ କ୍ୟାସଭ୍ୟାନ୍ ଲୁଟ୍ ଉଦ୍ୟମ, ୫ ପୋଲିସ ହତ୍ୟା

ନୂଆଦିଲ୍ଲୀ: ୫ଜଣ ପୋଲିସ୍ କର୍ମଚାରୀ ଓ ୨ଜଣ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ହତ୍ୟା। ଦକ୍ଷିଣ କଶ୍ମୀରରେ ଏଭଳି ନୃଶଂସ କାଣ୍ଡ ଭିଆଇଛନ୍ତି ସନ୍ଦିଗ୍ଧ ଆତଙ୍କବାଦୀ। ଜମ୍ମୁ ଓ କଶ୍ମୀର ବ୍ୟାଙ୍କର କୁଲଗାମ୍ ବ୍ରାଂଚର ଏକ କ୍ୟାସଭ୍ୟାନକୁ ସନ୍ଦିଗ୍ଧ ଆତଙ୍କବାଦୀ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ତେବେ ଏଥିରେ ବିଫଳ ହେବା ପରେ ସେମାନେ ଭ୍ୟାନ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍ ଓ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳି କରି ହତ୍ୟା କରିଥିଲେ। ସୂଚନା ଅନୁସାରେ, ନିହାମାଠାରେ ଟଙ୍କ। ଡିପୋଜିଟ୍ କରି ଖାଲି ଭ୍ୟାନ୍‌କୁ କୁଲଗାମ୍ ଫେରୁଥିଲା। ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗୁଳି ଆହତ ହୋଇଥିବା ଅନ୍ୟ କର୍ମଚାରୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆଦର୍ଶର ଲଢେଇ କରୁଥିବା ଆତଙ୍କବାଦୀଙ୍କ ଏ ଡକାୟତି ଯୋଜନାକୁ ନେଇ ସମାଲୋଚନା ଆରମ୍ଭ ହୋଇଯାଇଛି।