୫ ବର୍ଷର ପୁଅକୁ ନେଇ ଆଇଏସ୍‌ଆଇଏସ୍‌ରେ ସାମିଲ୍ ହେବାକୁ ଯାଉଥିବା ମହିଳା ଗିରଫ

ନୂଆଦିଲ୍ଲୀ: ବିହାରର ୨୮ ବର୍ଷୀୟା ୟସମିନ୍‌ ମହମ୍ମଦ ଆତଙ୍କୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ରେ ସାମିଲ ହେବାକୁ ଆଫଗାନିସ୍ତାନ ରାଜଧାନୀ କାବୁଲ ଯାଉଥିବା ବେଳେ ଦିଲ୍ଲୀ ଇନ୍ଦରାଗାନ୍ଧୀ ଇଣ୍ଟରନ୍ୟାସନାଲ୍‌ ବିମାନ ବନ୍ଦରରୁ ରବିବାର ପୋଲିସ୍‌ ଗିରଫ କରିଛି। ସେ ତାଙ୍କ ୫ ବର୍ଷର ପୁଅକୁ ସାଙ୍ଗରେ ଧରି କବୁଲ ଯାଉଥିଲେ।

ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ୍ ସେଲ୍‌ ୟାମିନ୍‌ଙ୍କୁ ଗିରଫ କରିବା ପରେ କେରଳ ପୋଲିସ୍‌କୁ ହସ୍ତାନ୍ତର କରିଛି। କେରଳ ପୋଲିସ୍ ପୂର୍ବରୁ ୟାମିନ୍‌ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଥିଲା। ଗତକାଲି ତାଙ୍କୁ କେରଳର ଏକ କୋର୍ଟରେ ହାଜର କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ୟସମିନ୍‌ ୨୦୧୩-୧୪ ମସିହାରେ କେରଳର ପିସ୍‌ ଇଣ୍ଟନ୍ୟାସନାଲ୍‌ ସାମିଲ୍‌ ହୋଇଥିଲା। ପିସ୍‌ ଇଣ୍ଟରନ୍ୟାସନାଲ୍‌ର ଆଇଏସ୍‌ଆଇଏସ୍‌ ସଂ ସମ୍ପକ୍କ ଥିବା ନେଇ ସୁରକ୍ଷା ଏଜେନ୍ସି ଯାଞ୍ଚ ଚଳାଇଛି। ଗତମାସ ପିସ୍‌ ଇଣ୍ଟରନ୍ୟାସନାଳରୁ କିଛି ଛାତ୍ର ନିଖୋଜ ହୋଇ ଯାଇଥିଲେ। ସେମାନେ ଆଇଏସ୍‌ଆଇଏସ୍‌ରେ ସାମିଲ ହୋଇଥିବା ଅନୁମାନ କରାଯାଉଛି।

ୟାମିନ୍‌ ପୋଲିସ୍‌ ନିକଟରେ କହିଛି, “କୁରାନ୍‌ ଅନୁସାରେ ମୁଁ ଜୀବନ ବିତାଇବାକୁ ଚାହୁଁଛି। ଭାରତରେ ରହି ଏହା ସମ୍ଭବ ନୁହେଁ। ତେଣୁ ମୁଁ କାବୁଲ୍ ଯାଉଥିଲି।”

ସଙ୍ଗୀତ ଓ ସମସ୍ତ ପ୍ରକାର ମନୋରଞ୍ଜନକୁ ୟାମିନ୍‌ ଘୃଣା କରୁଥିଲେ।