୫ ବର୍ଷରେ ଶେଷ ହୋଇଯିବ ସାଉଦି ଆରବର ତୈଳ ଭଣ୍ଡାର:ଆଇଏମଏଫ୍

ଦୁବାଇ: ବିଶ୍ୱର ଅନ୍ୟତମ ଧନୀ ରାଷ୍ଟ୍ର ସାଉଦି ଆରବରେ ଗଚ୍ଛିତ ଥିବା ତୈଳ ଆଗାମୀ ୫ ବର୍ଷ ମଧ୍ୟରେ ଶେଷ ହୋଇଯିବ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମଏଫ) ଆଜି ଏଭଳି  ଚେତାବନୀ ଦେଇଛି। ଆଇଏମଏଫ୍ କହିଛି, ଯଦି ଆଗାମୀ ଦିନରେ ତୈଳ ଦର ହ୍ରାସ ଜାରି ରହେ ଓ  ସରକାର ନିଜର ଆର୍ଥିକ ନୀତିରେ ସଂଶୋଧନ ନ କରନ୍ତି ତେବେ ସାଉଦି ଆରବର ଏହି ତୈଳ ଭଣ୍ଡାର ସରିଯିବ। ଏଥିପାଇଁ ସାଉଦି ଆରବ ସରକାର ଏବେ ଠାରୁ ନିଜର ଆର୍ଥିକ ବଜେଟକୁ ହ୍ରାସ କରିବାକୁ ପଦକ୍ଷେପ ନେବା ଉଚିତ ବୋଲି ଆଇଏମଏଫ୍ ପରାମର୍ଶ ଦେଇଛି।

ରିପୋର୍ଟ ଅନୁସାରେ, ୬ ସଦସ୍ୟ ବିଶିଷ୍ଟ ଜିସିସିର ଓମାନ ଓ ବହରିନରେ ମଧ୍ୟ ଏକା ସମସ୍ୟା। ମାତ୍ର ୟୁଏଇ, କୁବେତ୍ ଓ କତର୍ ଭଳି ରାଷ୍ଟ୍ରର ସ୍ଥିତି ସାଉଦୀ ଆରବଠାରୁ ଭଲ ରହିଛି। ତେଲ ଦର ହ୍ରାସ ସତ୍ତ୍ୱେ ଆଗାମୀ ୨୦ ପର୍ଯ୍ୟନ୍ତ ନିଜ  ଆର୍ଥିକ ସ୍ଥତିକୁ ବଜାଇ ରଖି ପାରିବେ।