‍୫ ବର୍ଷର ପିଲାକୁ ମୁଣ୍ଡଜାମିନ୍ ରଖି ୬୦ ଲକ୍ଷ ଟଙ୍କା ଦାବି, ପୋଲିସ କ’ଣ କଲା ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କ୍ରାଇମବ୍ରାଂଚ ପକ୍ଷରୁ ଜଣେ ୫ବର୍ଷର ଛାତ୍ରକୁ ଉଦ୍ଧାର କରାଯାଇଛି।  ଛାତ୍ର ଜଣଙ୍କୁ ଅପହର୍ତ୍ତାମାନେ ବନ୍ଧକ ରଖି ତାଙ୍କ ପରିବାରକୁ ୬୦ ଲକ୍ଷ ଟଙ୍କା ମାଗିଥିଲେ।  ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍‌ ଆଜି  ସେହି ଫୋନ କଲ ରେକର୍ଡକୁ ଯାଂଚ କରି ଅପହର୍ତ୍ତାମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲା। କିନ୍ତୁ ପୋଲିସ ଘଟଣା୍ସ୍ଥଳରେ ପହଞ୍ଚିବା ପରେ ଅପହରଣକାରୀ ମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ଏହାପରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା  ଏଥିରେ ଜଣେ ଅପହରଣକାରୀଙ୍କ ମୃତ୍ୟୁ  ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛି।   ଆଉ ଜଣେ ଅପହରଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଜାନୁୟାରୀ ୨୫ରେ ଦିଲ୍ଲୀର ଦିଲସାଦ ଗାର୍ଡେନ ଅଂଚଳରେ ଅପହରଣକାରୀମାନେ  ଏକ ସ୍କୁଲ ବସକୁ ଅଟକାଇ ଛାତ୍ରଜଣଙ୍କୁ ନେଇଯାଇଥିଲେ।   ଘଟଣାର ତିନି ଦିନ ପରେ ଅପହର୍ତ୍ତମାନେ  ଫୋନ କରି ଛାତ୍ରଙ୍କ ପରିବାରକୁ ଟଙ୍କା ମାଗିଥିଲେ।   ସେହି ସୂଚନା ଆଧାରରେ  ପୋଲିସ ଆଜି ସାହିବାବାଦ ଅଂଚଳରୁ ଛାତ୍ରଙ୍କୁ ଉଦ୍ଧାର କରିଛି।