୫ ବର୍ଷର ଝିଅକୁ ଦୁର୍ଷ୍କମ କଲା ମଦୁଆ ବାପା; ହେଲେ ଜେଜେମା’ କ’ଣ କଲା? ଜାଣିଲେ ଶୀତେଇ ଯିବ ଦେହ

ମୁମ୍ବାଇ: ମହାରାଷ୍ଟ୍ରର ନାସିକରେ ଜଣେ ରାକ୍ଷସ ବାପା ତା’ର ପାଞ୍ଚ ବର୍ଷର ଝିଅକୁ ଦୁର୍ଷ୍କମ କରିଛି। ଆଉ ପୁଅର ଏହି ଜଘନ୍ୟ ଅପରାଧକୁ ଲୁଚାଇବା ପାଇଁ ନାତୁଣୀକୁ ମାରି ଦେଲା ଜେଜେମା’। ଦୁଇ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି।

ଘଟଣାଟି ଘଟିଛି ନାସିକ ଜିଲ୍ଲାର ବାନୀ ଗାଁରେ। ଏଏସ୍‌ପି ଦେବୀଦାସଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ଅଭିଯୁକ୍ତ ସଚୀନ ସିନ୍ଦେ ମଦ ପିଇ ଘରକୁ ଫେରିଥିଲା। ମଦ ନିଶାରେ ସେ ନିଜର ପାଞ୍ଚ ବର୍ଷର ଝିଅକୁ ଦୁର୍ଷ୍କମ କରିଥିଲା। ସଚୀନ ଝିଅକୁ ଧର୍ଷଣ କରୁଥିବା ବେଳେ ତାଙ୍କ ମା’ ଦେଖି ନେଇଥିଲେ। ତାଙ୍କୁ ଡର ଥିଲା ଯେ ଏହି ଅପରାଧ ପାଇଁ ତାଙ୍କ ପୁଅ ଗିରଫ ହୋଇପାରେ। ତେଣୁ ପୁଅର ଅପରାଧ ଲୁଚାଇବା ପାଇଁ ସେ ନାତୁଣୀକୁ ହିଁ ତଣ୍ଟି ଚିପି ହତ୍ୟା କରି ଦେଲେ। ଏ ଘଟଣା ବେଳେ ଝିଅଟିର ମା ଅର୍ଥାତ ଅଭିଯୁକ୍ତ ସଚୀନର ସ୍ତ୍ରୀ ଘରେ ନ ଥିଲେ।

ସଚୀନର ମା’ ନାତୁଣୀକୁ ହତ୍ୟା କରି ସ୍କୁଲ୍ ପଛପଟେ ଫିଙ୍ଗି ଦେଇଥିଲେ। ଏହା ପରେ ନାତୁଣୀ ନିଖୋଜ ହୋଇଯାଇଥିବା ନେଇ ପୋଲିସ୍‌ରେ ଅଭିଯୋଗ କରିଥିଲେ। ତେବେ ତଦନ୍ତ ପରେ ସେ ନିଜେ ଧରାପଡ଼ି ଗଲେ।