ଖୁବଶୀଘ୍ର ବଜାରକୁ ଆସୁଛି ନୂଆ ୫୦ ଟଙ୍କିଆ ନୋଟ୍‌: ଆର୍‌ବିଆଇ ଜାରି କଲା ସାମ୍ପୁଲ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଖୁବଶୀଘ୍ର ବଜାରକୁ ଆସିବ ନୂଆ ୫୦ ଟଙ୍କିଆ ନୋଟ। ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାରକୁ ଏଭଳି ସୂଚନା ଦେଇଛନ୍ତି। ଏହି ନୋଟ୍‌ରେ ଗୋଟିଏ ପାଖରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ବେଳେ ଅନ୍ୟ ପାଖରେ ଦକ୍ଷିଣ ଭାରତୀୟ ମନ୍ଦିର ଆକୃତିର ଏକ ରଥର ଫଟୋ ରହିଛି। ଯେଉଁଥିରେ ଭାରତୀୟ ସଂସ୍କୃତିର ଏକ ଝଲକ୍‌ ଦେଖିବାକୁ ମିଳୁଛି। ଏହି ନୂଆ ୫୦ ଟଙ୍କିଆ ନୋଟ୍‌ର ରଙ୍ଗ ପୁରୁଣା ନୋଟ୍‌ ଠାରୁ ସମ୍ପୂର୍ଣ୍ଣ ଅଲଗା ରହିବ।
ପୂର୍ବରୁ ୨୦୧୬ ନଭେମ୍ବର ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନୋଟ୍‌ ବନ୍ଦୀର ଘୋଷଣା କରିଥିଲେ। ଫଳରେ ରାତି ୧୨ଟା ଠାରୁ ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍‌ ବ୍ୟାନ୍ ହୋଇଥିଲା। ଏହାପରେ ନୂଆ ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଦେଶରେ ପ୍ରଚଳିତ ହୋଇଥିଲା। ଯେଉଁ ନୋଟ୍‌ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।
ଅନ୍ୟପଟେ ଆର୍‌ବିଆଇ ଯେଉଁ ୫୦ ଟଙ୍କିଆ ନୋଟ୍‌ ବଜାରକୁ ଆଣିବାକୁ ଯାଉଛି ଏଥିରେ ମଧ୍ୟ ଏନେକ ପରିବର୍ତ୍ତନ କରାଯାଇଛି। ନୂଆ ୫୦ ଟଙ୍କିଆ ନୋଟ୍‌ ଆସିବା ପରେ ପୁରୁଣା ୫୦ ଟଙ୍କିଆ ନୋଟ୍‌ ବି ଚାଲୁରହିବ ବୋଲି କୁହାଯାଇଛି। ଏହାସହ ଆର୍‌ବିଆଇ ୨୦୦ ଟଙ୍କିଆ ନୋଟ୍‌ ମଧ୍ୟ ବଜାରକୁ ଆଣିବାକୁ ଯୋଜନା ରଖିଥିବା କୁହାଯାଉଛି।