ମେଡିକାଲରେ ଶିଶୁ ମଡ଼କ: ମାସକରେ ୫୨ ଜଣଙ୍କ ପ୍ରାଣହାନି

ଜାମସେଦପୁର,(ଓଡ଼ିଶା ରିପୋର୍ଟର): ମେଡିକାଲରେ ଶିଶୁ ମଡ଼କ । ଝାଡ଼ଖଣ୍ଡର ଜାମ୍‌ସେଦପୁରରେ ଥିବା ମହାତ୍ମା ଗାନ୍ଧୀ ମେମୋରିଆଲ୍‌ ମେଡିକାଲ୍‌ କଲେଜ(ଏମ୍‌ଜିଏମ୍‌) ହସ୍ପିଟାଲ୍‌  ଶିଶୁଙ୍କ ପାଇଁ ପାଲଟିଛି ନର୍କ ଦ୍ୱାର। ଗତ ମାସକ ମଧ୍ୟରେ  ୫୨ ଜଣ ପିଲା ପ୍ରାଣହରାଇଲେଣି। କୁପୋଷଣ ଏବଂ ଅପପୁଷ୍ଟି କାରଣରୁ ଏସବୁ ଶିଶୁଙ୍କ ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ କୁହାଯାଇଛି।

କିଛି ଦିନ ପୂର୍ବରୁ ଏହି ମେଡିକାଲରେ ୧୧୭ ଦିନ ଭିତରେ ୧୬୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏମ୍‌ଜିଏମ୍‌ ହସ୍ପିଟାଲ୍‌ ୧୯୬୧ ମସିହା ନଭେମ୍ବର ୧୪ ତାରିଖରେ ସ୍ଥାପିତ ହୋଇ ଥିଲା। ୧୯୭୯ ମସିହାରେ ଏହା ସରକାରୀ ମାନ୍ୟତା ପାଇଥିଲା। ସୂଚନା ଅନୁଯାୟୀ ଉତ୍ତରପ୍ରଦେଷର ଗୋରଖପୁରର ବାବା ରାଘବ ଦାସ(ବିଆର୍‌ଡି)କଲେଜ୍‌ରେ ୪୮ ଘଣ୍ଟା ମଧ୍ୟରେ ୭୦ ଜଶ ଶିଶୁଙ୍କ ମୃତ୍ୟୁ ଘଟିବା ନଜରକୁ ଆସିବା ପରେ ଝାଡ଼ଖଣ୍ଡ ଘଟଣା ସାମ୍ନାକୁ ଆସିଛି।