ବିହାର ବିଧାନସଭା ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟରେ ୫୭.୫୯% ମତଦାନ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୫୭.୫୯ ପ୍ରତିଶତ ଭୋଟିଂ ହୋଇଛି। ଏହା ସହିତ ୭ଟି ଜିଲ୍ଲାର ୫୫ଟି ଆସନ ପାଇଁ ପ୍ରାର୍ଥୀ ହୋଇଥିବା ୭୭୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି।

ରାଜ୍ୟର ପଶ୍ଚିମ ଚମ୍ପାରନରେ ୬୦.୪୩% ଭୋଟିଂ ହୋଇଥିବା ବେଳେ, ପୂର୍ବ ଚମ୍ପାରନରେ ୫୫.୭୭%, ସୀତାମାରହିରେ ୫୫.୩୭%, ମୁଜାଫରପୁରରେ ୫୪.୭୮%, ଗୋପାଳଗଞ୍ଜରେ ୫୫.୮୦%, ଶେଓହାରରେ ୫୪.୭୦% ଓ ସିୱାନରେ ୪୯.୮୩ ପ୍ରତିଶତ ମତଦାନ ହୋଇଛି।