ଟିକେଟ୍‌ ପାଇଁ ୫କୋଟି ଟଙ୍କା ନ ଦେବାରୁ ଦଳରୁ ବହିଷ୍କୃତ ହେଲେ ବିଏସପି ନେତା

ଲକ୍ଷ୍ନୌ: ଗାଜିଆବାଦ୍‌ ନିର୍ବାଚନ ମଣ୍ଡଳୀର ସାହିବାବାଦ ଆସନର ବିଧାୟକ ଅମରପାଲ ଶର୍ମା ବିଏସପି ନେତା ନିଜାମୁଦ୍ଦିନ ସିଦ୍ଦିକି ଓ ମାୟାବତୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି।

ଫେବୃଆରୀ ମାସରେ ହେବାକୁ ଥିବା ନିର୍ବାଚନ ପାଇଁ ଟିକେଟ୍‌  ପାଇବା ପାଇଁ ହେଲେ ପାର୍ଟିକୁ ୫କୋଟି ଦେବାକୁ ପଡ଼ିବ ବୋଲି ଦଳ ପକ୍ଷରୁ ତାଙ୍କୁ ଦାବି କରାଯାଇଥିଲା। ଟଙ୍କା ଦେବା ପାଇଁ ମନା କରିବାରୁ ତାଙ୍କୁ ପାର୍ଟିରୁ ବହିଷ୍କାର କରାଯାଇଥିବା କଥା ସେ କହିଛନ୍ତି।

ସେ କହିଛନ୍ତି, ୨୦୦୭ ନିର୍ବାଚନୀରେ ନିର୍ଦଳୀୟ ଭାବେ ଲଢ଼ି ୩୩ ହଜାରରୁ ଅଧିକ ଭୋଟ୍‌ ହାତେଇଥିଲେ। ସେ ସମୟରେ ବିଏସପି ୨୦୧୨ରେ ତାଙ୍କୁ ଡାକି ବିନା ପଇସାରେ ଟିକେଟ୍‌  ଦେଇଥିଲେ। କିନ୍ତୁ ଏସବୁ ପରେ ତାଙ୍କଠାରୁ ବିଭିନ୍ନ କାରଣ ପାଇଁ ଟଙ୍କା ମଗାଯାଉଥିବା ସେ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି, ବିଏସପିରେ ମାୟାବତୀଙ୍କୁ ସାକ୍ଷାତ କରିବା ପାଇଁ ୨୦ଲକ୍ଷ ଟଙ୍କା ଦେବାକୁ ପଡ଼େ। ବହି ପାଇଁ ୨ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। ଏଠାରେ ସବୁ କ୍ଷେତ୍ରରେ ଟଙ୍କା ଦେବାକୁ ପଡ଼େ।