One Plus 5 ରେ ମିଳିବ 5T ର ଏହି ଫିଚର୍‌: ଜାଣନ୍ତୁ କେମିତି

ନୂଆଦିଲ୍ଲୀ: One Plus 5 ଗ୍ରାହକଙ୍କ ପାଇଁ ଖୁସିର ଖବର। କମ୍ପାନୀ ଏବେ One Plus 5 ପାଇଁ ଫେସିଆଲ ରେକୋଗନାଇଜେସନ୍‌ ଫିଚର ଜାରି କରିଛି। କମ୍ପାନୀ OxygenOS 5.0.5 ଅପ୍‌ଡେଟ୍‌ ଜାରି କରିଛି। ଏହା କଷ୍ଟମ UI ଆଣ୍ଡ୍ରୋଏଡ Oreo ଅପରେଟିଂ ସିଷ୍ଟମ ଚାଲିବ।

ଏହି ଅପଡେଟ୍‌ ସହ ଆହୁରି ବି କିଛି ଫିଚର୍‌ OnePlus 5 ୟୁଜର୍ସଙ୍କୁ ମିଳିବ। ଅନ୍ୟ ଅପଡେଟ୍‌ ପରି ଏଥିରେ ମଧ୍ୟ ବଗ୍‌ ଫିକ୍ସ ଅଛି। ଅନ୍ୟ ବିଶେଷତ୍ୱ ହେଲା ଏହି ଅପ୍‌ଡେଟ୍‌ରେ କ୍ୟାମେରା ସଫ୍ଟୱେର ରହିଛି, ଯେଉଁଥିରେ ଭିଡିଓର ଇଲେଟ୍ରୋନିକ ଇମେଜକୁ ଷ୍ଟାବଲାଜେସନ୍‌ କରାଯାଇଛି।

ଆପଣ ସଫ୍ଟୱେର ଅପ୍‌ଡେଟ୍‌ କରିବା ପରେ ଫେସ୍‌ ଅନ୍‌ଲକ ଆକ୍ଟିବ କରିପାରିବେ। ଏଥିପାଇଁ ଆପଣଙ୍କୁ ସେଟିଂକୁ ଯିବାକୁ ପଡ଼ିବ। ଏଥିରେ ଗୋଟେ ସିକ୍ୟୁରିଟି ଆଣ୍ଡ ଲକ୍‌ ସ୍କ୍ରିନ୍‌ ଅପସନ୍‌ ଥିବ। ଏହାକୁ ସିଲେକ୍ଟ କରିବେ। ସିଲେଟ୍‌ କରିବା ପରେ ଫେସ୍‌ ଅନ୍‌ଲକ୍‌ ଅପସନ୍‌ ଆସିବ। ଏଥିରେ ପ୍ରଥମେ ପିନ୍‌ ଦେବାକୁ ପଡ଼ିବ। ଯାହା ବ୍ୟାକ୍‌ଅପ୍‌ ପାଇଁ ରହିବ। ଏହାପରେ ଫେସ୍‌ ରେକୋଗନାଇଜେସନ୍‌ ଜରିଆରେ ଆପଣ ଲକ୍‌ କରିପାରିବେ।

ଯଦି ଆପଣଙ୍କୁ ଓଟିଏ ଅପଡେଟ୍‌ ନୋଟିଫଇକେସନ୍‌ ନମିଳେ, ତେବେ ମାନୁଆଲି ଚେକ୍‌ କରିପାରିବେ।

ସୂଚନାଯୋଗ୍ୟ, କମ୍ପାନୀ One Plus 5 ଲଞ୍ଚ କରିବାର କିଛଇଦିନ ପରେ One Plus 5T ଲଞ୍ଚ କରିଥିଲା। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟ ଅସନ୍ତୋଷ ଦେଖାଦେଇଥିଲା। କାରଣ ଦାମରେ ବେଶି କିଛି ପାର୍ଥକ୍ୟ ନଥିଲେ ବି ଫଇଚର୍ସ ଓ ସ୍ପେସିଫିକେଶନ ବହୁତ ଅଲଗା ଥିଲା।