ଭାରତ ଓ ବାଂଲାଦେଶ ମଧ୍ୟରେ ୬ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ସୋମବାର ୬ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଢାକାର ଷ୍ଟେଟ୍‌ ଗେଷ୍ଟ ହାଉସରେ ଭାରତ ବିଦେଶ ସଚିବ ବିଜୟ କେଶବ ଗୋଏଲ୍‌ ଓ ବାଂଲାଦେଶ ବିଦେଶ ସଚିବ ମୁହମ୍ମଦ ଶହିଦୁଲ୍‌ ହକ୍‌ଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ରହିଙ୍ଗ୍ୟା ମୁସଲମାନଙ୍କ ଘଟଣାର ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ପାଇଁ ସହଯୋଗ କରିବା ସହିତ ତିସ୍ତ ନଦୀ ଜଳ ବିତରଣ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହୋଇଛି। ବାଂଲାଦେଶର ଶିକ୍ଷା, ସଂସ୍କୃତି, ସ୍ୱାସ୍ଥ୍ୟ ଓ ସଡ଼କ ଆଦି କ୍ଷେତ୍ରରେ ଭାରତ ୧୬୦୦ କୋଟି ଟଙ୍କାର ସାହାଯ୍ୟ କରିବ ବୋଲି ଭାରତର ବିଦେଶ ସଚିବ ବିଜୟ ଗୋଏଲ୍‌ କହିଛନ୍ତି।ଉ

ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି

୧. ଆସାମର ନୁମାଲିଗଡ଼ଠାରୁ ବାଂଲାଦେଶର ପାର୍ବତିପୁର ମଧ୍ୟରେ ମୈତ୍ରୀ ପାଇପ ଲାଇନ୍‌ ତିଆରି ହେବ।

୨. ଭାରତର ପ୍ରସାର ଭାରତୀ ଓ ବାଂଲାଦେଶର ବେତାର ବ୍ୟବସ୍ଥା ମଧ୍ୟରେ ଚୁକ୍ତି।

୩ ଢାକା ୟୁନିଭର୍ସିଟିର ଆଇସିସିଆରରେ ଉର୍ଦ୍ଦୁ ଚେୟାର ସ୍ଥାପନା।

୪ GCNEP (ଗ୍ଲୋବାଲ ସେଣ୍ଟର ଅଫ୍‌ ନ୍ୟୁକ୍ଲିୟର ଏନର୍‌ଜି ପାଟନର୍ସିପ୍) ଓ BAEC (ବାଂଲାଦେଶ ଆଟୋମିକ ଏନର୍‌ଜି କମିସନ) ଇଣ୍ଟର ଏଜେନ୍‌ସି ଏଗ୍ରୀମେଣ୍ଟ।

୫ ବାଂଲାଦେଶର ୫୦୦ ସ୍କୁଲ୍‌ରେ ଭାଷା ଲ୍ୟାବ୍‌ର ସ୍ଥପନା।

୬ ବାଂଲାଦେଶର ରଙ୍ଗପୁର ସହରର ସଡ଼କ ବିକାଶ ଉପରେ ଚୁକ୍ତି ସ୍ୱାକ୍ଷରିତ।