ଆସାମ-ନାଗାଲାଣ୍ଡ ସୀମାରେ ବିସ୍ଫୋରଣ, ଉଲଫା ଉଗ୍ରବାଦୀଙ୍କ ହାତ ଥିବା ଆଶଙ୍କା

ଦିଶପୁର: ସାରାଦେଶ ୬୮ତମ ସିଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ୬ଟି ବିସ୍ଫୋରଣ ଆସାମକୁ ଦୋହଲାଇ ଦେଇଛି। ଆଜି ସକାଳୁ ଆସାମ ଓ ନାଗାଲାଣ୍ଡ ସୀମାରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଉଲଫା ଉଗ୍ରବାଦୀଙ୍କ ହାତ ଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ।

ଆସାମର ଚରାୟଦେବୋର ଦୁଇଟି ସ୍ଥାନ, ପାନିଜାନ୍‌ର ଏକ ପେଟ୍ରୋଲ ପମ୍ପ ଓ ଡେବ୍ରୁଗଡ଼ର ଜଲାନନଗର ଚାହା ବଗିଚାରେ ଗୋଟିଏ ବିସ୍ଫୋରଣ ହୋଇଥିଲା। ଏହାସହ ନାଜିରା ଅଞ୍ଚଳର ବିହୁବୋରରେ ଦୁଇଟି ବିସ୍ଫୋରଣ ଘଟିଥିଲା। ଗଣତନ୍ତ୍ର ଦିବସ ଦିନ ବିସ୍ଫୋରଣ ଘଟାଇବାକୁ ନେଇ ଗତକାଲି ଉଲଫା ଉଗ୍ରବାଦୀ ତରଫରୁ ଚେତାବନୀ ଦିଆଯାଇଥିଲା।

ଗୁଇନ୍ଦା ସଂସ୍ଥା ତରଫରୁ ଆକ୍ରମଣକୁ ନେଇ ପୂର୍ବରୁ ସଚେତନ କରାଯାଇଥିଲା।