୬ ସନ୍ଦିଗ୍ଧ ଆଇଏସ୍ ଆତଙ୍କୀକୁ ଗିରଫ କଲା ଏନଆଇଏ

ବେଙ୍ଗାଲୁରୁ: କର୍ଣ୍ଣାଟକ ପୋଲିସ ସାହାଯ୍ୟରେ ଏନଆଇଏ ଟିମ୍ ଆତଙ୍କୀ ସଙ୍ଗଠନ ଆଇଏସଆଇର ୬ଜଣ ସନ୍ଦିଗ୍ଧକୁ ଗିରଫ କରିଛି। ସମସ୍ତ ସନ୍ଦିଗ୍ଧକୁ ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ କରାଯାଇଛି। କର୍ଣ୍ଣାଟକ ପୋଲିସର ସୂଚନାନୁସାରେ ଶୁକ୍ରବାର ସକାଳେ ତୁମକୁରରୁ ସେୟଦ ହୁସେନ୍ ଓ ମେଙ୍ଗଲୁରୁରୁ ମହମ୍ମଦ ନଜମୁଲ ହୁଜାଇକୁ ଗିରଫ କରାଯାଇଛି। ଏହି ଦୁଇ ସନ୍ଦିଗ୍ଧ ଆଇଏସ୍ ସହ ସମ୍ପର୍କ ରଖିଥିବା ସୂଚନା ମିଳିଛି। ପୋଲିସ ଏମାନଙ୍କ ଉପରେ ପୂର୍ବରୁ ନଜର ରଖିଥିଲା। ଗିରଫ ମହମ୍ମଦ ନଜମୁଲ୍ ‘ଜୁନୁଦ୍-ଅଲ୍-ଖଲିଫା-ଏ-ହିନ୍ଦ୍’ ନାମକ ସଙ୍ଗଠନ ସମ୍ପର୍କରେ ଥିଲା। ଯାହାର ସମ୍ପର୍କ ସିଧାସଳଖ ଆଇଏସ ସହ ରହିଛି। ଏହାସହିତ କର୍ଣ୍ଣାଟକ ପୋଲିସ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଆଇଏସ୍ ସହ ସମ୍ପର୍କ ରଖିଥିବା ସନ୍ଦେହରେ ୪ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି।