କେନିଆ: ୨ ବସ୍‌ ଉପରେ ଗୁଳିମାଡ, ୬ ମୃତ

ନାଇରୋବୀ: ସୋମାଲିଆ ସୀମାବର୍ତ୍ତୀ କେନିଆର ଉତ୍ତରପୂର୍ବ ଅଞ୍ଚଳରେ ଆଜି ଉଗ୍ରପନ୍ଥୀ ୨ଟି ବସ୍‌ ଉପରକୁ ଆଖିବୁଜା ଗୁଳି କରିବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ଉଗ୍ରପନ୍ଥୀଙ୍କ ଆଖିବୁଜା ଗୁଳିକାରଣରୁ ୬ଜଣଙ୍କର ପ୍ରାଣହାନୀ ହୋଇଛି। ଏହି କାଣ୍ଡ ଘଟାଇଥିବା ଉଗ୍ରପନ୍ଥୀଙ୍କୁ ଖୋଜି ବାହାର କରିବାକୁ ସେନା ଓ ପୋଲିସର ମିଳିତ ସର୍ଚ ଅପରେସନ ଆରମ୍ଭ ହୋଇଛି।”

ଆଜି ସକାଳୁ ଏଇ ୱାକ୍‌ ସହରରେ ଏହି ଘଟଣା ଘଟିଥିଲା। ସୋମାଲି ଅଲ କାଏଦା ଗ୍ରୁପ ଏହି କାଣ୍ଡ ଭିଆଇଥାଇପାରେ ବୋଲି ଅନୁମାନ କରାଯାଉଛି।