ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ୬ ସୁରକ୍ଷାକର୍ମୀ ସହିଦ

ଶ୍ରୀନଗର: ଉତ୍ତର କାଶ୍ମୀରର ଅନନ୍ତନାଗରେ ଗତକାଲି ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥରେ ଜଣେ ଏସ୍‌ଏଚ୍‌ଓ ଓ ସମେତ ୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ଲସ୍କର ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣକୁ ନିଜକୁ ଦାୟୀ କରିଛି।

ଏହାପୂର୍ବରୁ ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟରେ ଜଣେ ସାଧାରଣ ଲୋକର ମୃତ୍ୟୁ ଘଟିଥିଲା।

ଗତକାଲି ଦ୍ୱିପ୍ରହର ସମୟରେ ଆତଙ୍କବାଦୀମାନେ ଉଚାଳବଲ ଅଞ୍ଚଳ ନିକଟରେ ସୁରକ୍ଷାକର୍ମୀଙ୍କ ଉପରକୁ ଆଖବୁଜା ଗୁଳି ଫୁଟାଇ ଥିଲେ। ଫଳରେ ୬ ଜଣ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଅକ୍ରମଣ ପରେ ସେନା, ଏସ୍‌ଓଜି, ସିଆର୍‌ପିଏଫ୍‌ ଓ ପୋଲିସ୍‌ କର୍ମୀ ଆକ୍ରମଣକାରୀଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି।