ସାଧାରଣତନ୍ତ୍ର ଦିବସରେ ନେପାଳକୁ ୪୦ଟି ଆମ୍ବୁଲାନ୍ସ ଦେଲା ଭାରତ

କାଠମାଣ୍ଡୁ: ୬୭ତମ ସାଧାରଣତନ୍ତ୍ର ଦିବସ  ଅବସରରେ ମଙ୍ଗଳବାର ଭାରତ ନେପାଳକୁ ୪୦ଟି ଆମ୍ବୁଲାନ୍ସ ଓ ୮ଟି ବସ୍ ଉପହାର ଦେଇଛି।  ନେପାଳର  ବିଭିନ୍ନ ସଙ୍ଗଠନକୁ ଏହି ଉପହାର ଦିଆଯାଇଛି।

କାଠୁମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୂତ ରଞ୍ଜିତ ରାୟ ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ଓ ସ୍କୁଲକୁ ୩୩ଟି ଆମ୍ବୁଲାନ୍ସ ଓ ୬ଟି ବସର ଚାବି ହସ୍ତାନ୍ତର କରିଥିଲେ। ଏହା ସହିତ ୫୨ଟି ସ୍କୁଲ, ପାଠଗାର ଓ ତାଲିମ ପ୍ରତିଷ୍ଠାନକୁ ଉପହାରରେ ବହି ପ୍ରଦାନ କରିଥିଲେ। ଏହି ଅବସରରେ ୨୫ଶହରୁ ଅଧିକ ଅତିଥି ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଥିଲେ ରାଷ୍ଟ୍ରଦୂତ,ସାମ୍ବାଦିକ,ସାମାଜିକ କର୍ମୀ, ବ୍ୟବସାୟୀ ଓ ସରକାରୀ ଅଧିକାରୀ।

ବାକି ୭ଟି ଆମ୍ବୁଲାନ୍ସ ଓ ୨ଟି ବସ୍ ବିରୁଗୁଞ୍ଚରେ ବିଭିନ୍ନ ଅନୁଷ୍ଠାନକୁ ହସ୍ତାନ୍ତର କରିଥିଲେ କନସୁଲେଟ୍ ଜେନେରାଲ।