ଶକ୍ତି ପ୍ରଦର୍ଶନ କଲେ ମହିଳା ଯବାନ

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରିଛି ୬୯ତମ ସାଧାରଣତନ୍ତ୍ର ଦିବସ। ଆଜି ଦିନରେ ଦିଲ୍ଲୀର ରାଜପଥରେ ସାରା ବିଶ୍ୱ ଆଗରେ ଭାରତ ଦେଖାଇଛି ତା’ର ଦମ୍। ଏଥିରେ ଦେଶର ସୈନ୍ୟ ଶକ୍ତି  ସହ ବିକାଶ ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଦିଲ୍ଲୀ ରାଜପଥରେ ହୋଇଥିବା ଜାତୀୟ ସ୍ତରର ପରେଡରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଛନ୍ତି।  ସାଧାରଣତନ୍ତ୍ର ଦିବସ ପରେଡରେ ଏଥର ମୁଖ୍ୟଅତିଥି ଥିଲେ ଆସିଆନର ୧୦ ରାଷ୍ଟ୍ରମୁଖ୍ୟ।

duchyaxvaaaa4hj_012618124324

ପରେଡ୍ ବିଭିନ୍ନ ରାଜ୍ୟ ଓ ସଂସ୍ଥାର ପ୍ରଜ୍ଞାପନ ମେଢ଼ ଦେଶର ସାଂସ୍କୃତିକ ବିବିଧତାର ଝଲକ ଦେଖାଇଥିଲେ। ପରେଡରେ ସେନା ଓ ବିଭିନ୍ନ ସୁରକ୍ଷା ସଂସ୍ଥାର କଣ୍ଟିଜେଣ୍ଟ ଭାଗ ନେଇଥିଲା। ଏଥର ପ୍ରଥମ କରି ବିଏସ୍‌ଏଫ୍‌ ମହିଳା ଯବାନଙ୍କ ସୀମା ଭବାନୀ ଟ୍ରୁପ୍ ଭାଗ ନେଇଥିଲେ। ଏହି ମହିଳା ଯବାନମାନେ ବାଇକରେ ଦେଖାଇଥିଲେ ଦୁଃସାହସିକ ଖେଳ। ବୁଲେଟ୍ ଉପରେ ମହିଳା ଯବାନମାନେ ଆକର୍ଷଣୀୟ ଷ୍ଟଣ୍ଟ ଦେଖାଇଥିଲେ। ଏଥିରେ ଭାଗ ନେଇଥିଲେ ୧୧୩ ମହିଳା ବିଏସ୍ଏଫ୍ ଯବାନ। ଏମାନଙ୍କ ମଧ୍ୟରେ ସାମିଲ ଥିଲେ ୬ ଜଣ ଓଡ଼ିଆ। ସୀମା ଭବାନୀ ଟ୍ରୁପ୍ ବାଇକରେ ଲୋଟସ୍, ପିରାମିଡ୍, ଫିସ୍ ରାଇଡିଂ, ଶକ୍ତିମାନ, ବୁଲ୍ ଫାଇଟିଂ ଓ ସୀମା ପ୍ରହରୀ ଭଳି ୧୬ ପ୍ରକାର ଷ୍ଟଣ୍ଟ୍ ଦେଖାଇଥିଲେ।