ଇରାନ୍‌ ସେନା ଆକ୍ରମଣରେ ୬ ଆଇଏସ୍‌ ଆତଙ୍କୀ ମୃତ

ତେହରାନ୍‌: କେରମାନ୍‌ଶାହ ପ୍ରଦେଶରେ ଇରାନ ସେନାର ଆକ୍ରମଣରେ ୬ ଜଣ ଆଇଏସ୍‌ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏହି ପ୍ରଦେଶର ଏକ ଅଞ୍ଚଳରେ ୧୨ ଆଇଏସ୍‌ ଆତଙ୍କୀ ଡେରା ପକାଇଥିବା ଖବର ମିଳିବା ପରେ ସେନା ଓ ସ୍ପେଶାଲ ଫୋର୍ସର ମିଳିତ ସହଯୋଗରେ କରାଯାଇଥିବା ଏହି ଆକ୍ରମଣରେ ୬ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଗିରଫ କରାଯାଇଛି।

ସେମାନଙ୍କଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ବେଲ୍ଟ ଜବତ କରାଯାଇଛି।