ଇରାକ୍: ରାମଦୀରେ ଲୁଚିଛନ୍ତି ୭୦୦ରୁ ଅଧିକ ସନ୍ଦିଗ୍ଧ ଆଇଏସ ଆତଙ୍କବାଦୀ

ରାମଦୀ: ଇରାକ ସେନା ଅଧିକୃତ ରାମଦୀ ସହରରେ ଏବେ ବି ଲୁଚିଛନ୍ତି ୭୦୦ରୁ ଅଧିକ ଆଇଏସ ସନ୍ଦିଗ୍ଧ ଆତଙ୍କବାଦୀ। ସେମାନେ ସହର ପୂର୍ବାଞ୍ଚଳ ଓ କେନ୍ଦ୍ରାଞ୍ଚଳରେ ଲୁଚିକି ରହିଛନ୍ତି। ବୁଧବାର ଏହି ସୂଚନା ଦେଇଛି ୟୁଏସ ମିଳିତ ସେନା। ସେହିପରି ମେ ମାସରେ ସେନା ପକ୍ଷରୁ ଅନବାର ପ୍ରଦେଶର କେନ୍ଦ୍ରରେ ଥିବା ସହରକୁ ଖାଲି କରାଯାଇଥିଲା। ଆତଙ୍କବାଦୀମାନେ ରହିଥିବା ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। କିନ୍ତୁ ଏବେ ଆତଙ୍କବାଦୀ ମାନେ ପୁଣି ଏହି ସହରରେ ଆଡ୍ଡା ଜମେଇଲେଣି ବୋଲି ୟୁଏସ ମିଳିତ ସେନା ସୂଚନ ଦେଇଛି। ଏହି ସହର ଗୁଡିକରେ ଆଇଏସ ଆତଙ୍କିଙ୍କୁ ନିପାତ ପାରିବାକୁ ଇରାକ ଓ ୟୁଏସ ସେନାର ମିଳିତ ଚଢାଉ ଆବଶ୍ୟକ ବୋଲି ସେନା ପକ୍ଷରୁ ସୂଚନା ମିଳିଛି।