ଦିଲ୍ଲୀ ମେଟ୍ରୋରେ ରୁହନ୍ତୁ ସାବଧାନ! କିଏ ମାରୁଛି ପକେଟ୍‌ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀ ମେଟ୍ରୋରେ ପକେଟ୍‌ମାର ଘଟଣା ବଢ଼ିବାରେ ଲାଗିଛି। ନିକଟରେ ଦିଲ୍ଲୀ ମେଟ୍ରୋର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍ ଯେଉଁ ତଥ୍ୟ ରିଲିଜ୍ କରିଛି ତାହା ଶୁଣିଲା ମାତ୍ରେ ଯେକେହି ବି ଚକିତ ହୋଇଯିବେ। ସିଆଇଏସ୍‌ଏଫ୍ ରିପୋର୍ଟ ଅନୁସାରେ ଗତବର୍ଷଠାରୁ ଚଳିତ ବର୍ଷ ଏଠାରେ ପକେଟ୍‌ମାର ଘଟଣା ୩ ଗୁଣା ବଢ଼ିଛି। ଏବର୍ଷ ଜାନୁଆରୀରୁ ମେ’ ମାସ ମଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ମେଟ୍ରୋରେ ପକେଟ୍‌ମାର ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୭୭ ପ୍ରତିଶତ ହେଉଛନ୍ତି ମହିଳା।

ଗତ ୫ ମାସ ମଧ୍ୟରେ ଗିରଫ ହୋଇଥିବା ୫୨୧ ପକେଟ୍‌ମାରଙ୍କ ମଧ୍ୟରେ ୪୦୧ ମହିଳା ଅଛନ୍ତି।  ୧୪୮ ଜଣ ପକେଟ୍‌ମାରକୁ ଯାତ୍ରୀଙ୍କ ସାହାଯ୍ୟ ଗିରଫ କରାଯାଇଛି।

ଚଳିତ ମାସ ୨,୩  ଓ ୪ ତାରିଖରେ ସିଆଇଏସ୍‌ଏଫ୍ ଯଥାକ୍ରମେ ୨୧, ୧୫ ଓ ୧୬ ଜଣ ମହିଳାଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଜବତ କରାଯାଇଛି।

ସିଆଇଏସ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,” ଚୋରି ଅଭିଯାନ ରୋକିବା ପାଇଁ ପ୍ରତି ରେଳ ଲାଇନ୍‌ରେ ସ୍ପେଶାଲ୍ ଟିମ୍ କାମ କରୁଛି। ସବୁଠାରୁ ଅଧିକ ପକେଟମାର ଘଟଣା ଚାନ୍ଦିନ୍ ଚୌକ,ଶାହଦରା,ହୁଡା ସିଟି ସେଣ୍ଟର ନୂଆଦିଲ୍ଲୀ,କୀର୍ତ୍ତୀ ନଗର ଓ ତୁଗଲକବାଦରେ ଘଟିଥାଏ। ଏକ ମହିଳା ପକେଟ୍‌ମାର ଦିଲ୍ଲୀରେ କାମ କରୁଛି। ସେମାନେ ତାଙ୍କ ସହ ଛୋଟ ପିଲାମାନଙ୍କୁ ଧରି ଏହି କାମ କରିଥାଆନ୍ତି।”

ରିପୋର୍ଟ ଓ ଫଟୋ- ନବଭାରତ ଟାଇମ୍ସ