ଟ୍ରାକ୍ଟର ରେସ୍‌ ପ୍ରତିଯୋଗିତା ବେଳେ ଅଘଟଣ, ଚାଲିଗଲା ୮ ଜଣଙ୍କ ଜୀବନ

ଜୟପୁର: ରାଜସ୍ଥାନର ପଦ୍ମପୁର ଶ୍ରୀଗଙ୍ଗାନଗର ଅଞ୍ଚଳରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

ଆହତମାନଙ୍କୁ  ସ୍ଥାନୀୟ ଏସ୍‌ଏମ୍‌ଏସ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ କିଶାନ ମେଳା ଅବସରରେ ରାଜସ୍ଥାନର ପଦମପୁରରେ ୩ଦିନ ହେଲା ଏକ ଟ୍ରାକ୍ଟର ରେସ୍‌ ପ୍ରତିଯୋଗିତା ଚାଲୁଥିଲା। ଏହି ମେଳାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦୦୦ ଲୋକଙ୍କ ଭିଡ଼ ଜମିଥିଲା।

ତେବେ ଦର୍ଶକଙ୍କ ପାଇଁ ଶେଡ୍‌ ତିଆରି ହୋଇଥିଲା। ହେଲେ ଆବଶ୍ୟକତା ଠାରୁ ଅଧିକ ଲୋକ ହେବାରୁ ଏହି ସେଡ୍‌ଟି ଭୁଶୁଡ଼ି ପଡ଼ିଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଭୁଶୁଡ଼ିବାର ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଛି।