ନାସାର ସଫଳତା: ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ ସୂର୍ଯ୍ୟପରାଗ ଦେଖିଲେ ୯କୋଟି ଲୋକ

ୱାଶିଂଟନ୍‌: ଗତ ଅଗଷ୍ଟ ୨୧ ତାରିଖରେ ହୋଇଥିଲା ବର୍ଷର ସବୁଠୁ ବଡ଼ ସୂର୍ଯ୍ୟପରାଗ। ଏହା ଥିଲା ପୂର୍ଣ୍ଣ ସୂର୍ଯ୍ୟପରାଗ। ଆମେରିକାରେ ଏହା ପୂର୍ଣ୍ଣ ରୂପରେ ଦୃଶ୍ୟମାନ ହୋଇଥିଲା। ଏଠାରେ କିଛି ସହର ଦିନବେଳେ ଦୁଇ ତିନି ମିନିଟ୍ ପାଇଁ ସଂପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା। ୟୁରୋପ ଓ ଏସିଆର କିଛି ଦେଶରେ ଏହା ଆଂଶିକ ଭାବେ ଦେଖାଯାଇଥିଲା।

ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏହି ବିରଳ ମହଜାଗତିକ ଦୃଶ୍ୟକୁ ଅନ୍‌ଲାଇନ୍‌ରେ ଦେଖିବାକୁ ବ୍ୟବସ୍ଥା କରାଯାଇଥିଲା। ନାସା ପକ୍ଷରୁ ଦାବି କରାଯାଇଛି ଯେ ଏହାର ୱେବ୍‌ସାଇଟ୍‌ରେ ୯ କୋଟି ଲୋକ ସେଦିନ ଅନ୍‌ଲାଇନ୍‌ରେ ସୂର୍ଯ୍ୟପରାଗ ଦେଖିଥିଲେ।

ଲୋକେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ ସୂର୍ଯ୍ୟପରାଗ ଦେଖିଥିଲେ ବୋଲି ନାସା ପକ୍ଷରୁ କୁହାଯାଇଛି। ପୂର୍ବରୁ କେବେ ଅନ୍‌ଲାଇନ୍‌ରେ ଏମିତି ବ୍ୟବସ୍ଥା ହୋଇନଥିଲା।

ଏହା ପରେ ଆମେରିକାରେ ୨୦୨୪ରେ ସୂର୍ଯ୍ୟପରାଗ ପଡ଼ିବ।