ପାକିସ୍ତାନ: ବେଲୁଚିସ୍ତାନରେ ଟ୍ରେନ୍ ଲାଇନଚ୍ୟୁତ, ୯ମୃତ, ୧୦୦ ଆହତ

କରାଚି: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ମଙ୍ଗଳବାର ଏକ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଏହି ପ୍ରଦେଶର ବୋଲାନ୍ ଜିଲ୍ଲାର ଅବ-ଆଇ-ଗମ୍ ଅଞ୍ଚଳରେ ଜାଫର ଏକ୍ସପ୍ରେସର ୪ଟି କୋଚ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଏହି ଟ୍ରେନରେ ଥିବା ଡ୍ରାଇଭର ଓ ଆସିଷ୍ଟାଣ୍ଟ ଡ୍ରାଇଭରଙ୍କୁ ମିଶାଇ ୯ ଜଣଙ୍କର ମୃତ୍ୟୁ ଘଟିଛି। ଆହତ ହୋଇଥିବା ୧୦୦ରୁ ଅଧିକ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବ୍ରେକ୍ ଫେଲ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା।