ଜାଣନ୍ତୁ ମୋଦିଙ୍କ ମନ୍ତ୍ରିମଣ୍ଡଳର ୯ ନୂଆ ମନ୍ତ୍ରୀଙ୍କ ସମ୍ପର୍କରେ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ତୃତୀୟ ଥର ପାଇଁ ସମ୍ପ୍ରସାରଣ ହୋଇଛି। ଏଥିରେ ୯ ଜଣ ନୂଆ ମୁହଁ ସାମିଲ ହୋଇଛନ୍ତି। ଏହି ତାଲିକାରେ ଶିବ ପ୍ରତାପ ଶୁକ୍ଳା, ଅଶ୍ୱିନୀ କୁମାର ଚୌବେ, ବୀରେନ୍ଦ୍ର କୁମାର, ଅନନ୍ତ କୁମାର ହେଗଡେ, ରାଜକୁମାର ସିଂହ, ହରଦୀପ ସିଂ ପୁରୀ, ଗଜେନ୍ଦ୍ର ସିଂ ଶେଖାଓ୍ୱତ, ସତ୍ୟପାଲ ସିଂହ ଓ କେ.ଜେ. ଆଲଫନ୍ସ ଅଛନ୍ତି। ଆସନ୍ତୁ ଜାଣିବା ମୋଦିଙ୍କର ଏହି ନୂଆ ଟିମ୍‌ ମେମ୍ବରଙ୍କ ସମ୍ପର୍କରେ।

ଶିବ ପ୍ରତାପ ଶୁକ୍ଲା: ଶିବ ପ୍ରତାପ ଶୁକ୍ଲା ଉତ୍ତର ପ୍ରଦେଶରୁ ରାଜ୍ୟସାଭାକୁ ଆସୁଛନ୍ତି। ସେ ସଂସଦର ରୁରାଲ ଡେଭଲପ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଅଛନ୍ତି। ଉତ୍ତର ପ୍ରଦେଶ ବିଧାନସଭାକୁ ଶୁକ୍ଲା ୪ଥର ୧୯୮୯, ୧୯୯୧, ୧୯୯୩ ଓ ୧୯୯୬ ନିର୍ବାଚିତ ହୋଇଛନ୍ତି। ଉତ୍ତର ପ୍ରଦେଶ ସରକାରରେ ସେ ୮ ବର୍ଷ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ କାର୍ଯ୍ୟକାଳରେ ଗ୍ରାମ୍ୟ ଉନ୍ନୟନ, ଶିକ୍ଷା ଓ ଜେଲ୍‌ ସୁଧାର ପଦକ୍ଷେପ ପାଇଁ ସେ ବହୁତ ପ୍ରଶଂସିତ ହୋଇଥିଲେ। ଗୋରଖପୁର ୟୁନିର୍ଭସିଟିରୁ ଗ୍ରାଜୁଏସନ ସହ ଏଲ୍‌ଏଲ୍‌ବି ପାସ୍‌ କରିଛନ୍ତି। ୧୯୭୦ରୁ ଛାତ୍ରନେତା ଭାବେ ସେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।

tttଅଶ୍ୱିନ କୁମାର ଚୌବେ: ଅଶ୍ୱିନ କୁମାର ଚୌବେ ବିହାର ବକ୍ସର ନିର୍ବାଚନ ମଣ୍ଡଳିରୁ ଲୋକସଭାକୁ ଜିତି କରି ଆସିଛନ୍ତି। ସେ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୮ ବର୍ଷ ବିହାର ସରକାରରେ ସେ କ୍ୟାବିନେଟ୍ ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି। ୧୯୭୦ ମସିହାରେ ସେ ଜେପି ଆନ୍ଦୋଳନର ସକ୍ରିୟ ସଦସ୍ୟ ଥିଲେ। ଜରୁରୀକାଳୀନ ପରିସ୍ଥିତି ସମୟରେ ସେ MISA (ମେଣ୍ଟେନାନ୍ସ ଅଫ୍‌ ଇଣ୍ଟରନାଲ ସିକ୍ୟୁରିଟ୍‌ ଆକ୍ଟ)ରେ ଜେଲ ଯାଇଥିଲେ।

ବୀରେନ୍ଦ୍ର କୁମାର: ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶ ଟିକମଗଡରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୬ ଥର ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଅର୍ଥନୀତିରେ ସେ ସ୍ନାତକ କରିବା ସହ ଶିଶୁ ଶ୍ରମିକରେ ପି.ଏଚ୍.ଡି କରିଛନ୍ତି।

ଅନନ୍ତ କୁମାର ହେଗଡେ: ଅନନ୍ତ କୁମାର କର୍ଣାଣଟକର ଉତ୍ତର କାନନ୍ଦ ନିର୍ବାଚନ ମଣ୍ଡଳିରୁ ଲୋକସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ମାତ୍ର ୨୮ ବର୍ଷ ବୟସରେ ସେ କେନ୍ଦ୍ର ସରକାରରେ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ସେ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ରାଜ କୁମାର ସିଂହ: ରାଜକୁମାର ସିଂହ ବିହାର, ଆରା ନିର୍ବାଚନ ମଣ୍ଡଳିରୁ ଲୋକସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ରାଜ କୁମାର ସିଂହ 1957 ବ୍ୟାଜ୍‌ ବିହାର କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ। ପୋଲିସ ଓ ଜେଲ୍ ଆଧୁନିକରଣରେ ଯ଼ୋଗଦାନ ପାଇଁ ସେ ବହୁ ପରିଚିତ। ଇଂରାଜୀ ଲିଟ୍ରେଚର ସହ ଆଇନରେ ସ୍ନାତକ କରିଛନ୍ତି।

ହରଦୀପ ସିଂ ପୁରୀ: ହରଦୀପ ୧୯୭୪ ବ୍ୟାଜ୍‌ର ଜଣେ ଆଇଏଫଏସ୍ ଅଧିକାରୀ। ସେ ବୈଦେଶିକ ନୀତି ଓ ଜାତୀୟ ସୁରକ୍ଷାରେ ତାଙ୍କର ବହୁତ ଦକ୍ଷତା ରହିଛି।  ୟୁଏନ୍‌ରେ ଭାରତର ଆମ୍ବାସଡର ଓ ସ୍ଥାୟୀ ପ୍ରତିନିଧି ଭାବେ କାମ କରିଛନ୍ତି। ୟୁକେ ଓ ଜେନିଭାରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ବେଳେ ବ୍ରାଜିଲ ଆମ୍ବାସଡର ଥିଲେ। ୟୁଏନ୍‌ ସୁରାକ୍ଷା ପରିଷଦର ସଭାପତି ଓ କାଉଣ୍ଟର ଟେରୋରିଜିମ୍‌ କମିଟର ଚେୟାରମ୍ୟାନ ମଧ୍ୟ ଥିଲେ। ଦି ହିନ୍ଦୁ କଲେଜରୁ ଛାତ୍ରନେତା ଭାବେ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ। ଜେପି ଆନ୍ଦୋଳନରେ ସେ ଜଣେ ସକ୍ରିୟ ସଦସ୍ୟ ଥିଲେ।

ଗଜେନ୍ଦ୍ର ସିଂ ଶେଖାୱତ୍: ଗଜେନ୍ଦ୍ର ସିଂ ଶେଖାୱତ୍ ରାଜସ୍ଥାନ ଯୋଧପୁରରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଜାତୀୟ ଓ ଅଖିଳ ଭାରତୀୟ ଅନ୍ତବିଶ୍ୱବିଦ୍ୟାଳୟ ସ୍ତରୀୟ ବାସ୍କେଟ ବଲ୍‌ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଛନ୍ତି। ବର୍ତ୍ତମାନ ସେ ଅଖିଳ ଭାରତୀୟ ଖେଳ ପରିଷଦ ଓ ବାସ୍କେଟ ବଲ ଇଣ୍ଡିଆ ପ୍ଲେୟାରସ ଆସୋସିଏସନର ଅଧକ୍ଷ ଅଛନ୍ତି। ସେ ଯୋଧପୁର ଜୟନାରାୟଣ ବ୍ୟାସ ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ଏମ୍. ଫିଲ୍ ଓ ଏମଏ କରିଛନ୍ତି।

ସତ୍ୟପାଳ ସିଂହ: ସତ୍ୟପାଳ ସିଂହ ଉତ୍ତରପ୍ରଦେଶ, ଭଗପାତ ନିର୍ବାଚନ ମଣ୍ଡଳିରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ୧୯୮୦ ବ୍ୟାଜ୍‌ ମହାରାଷ୍ଟ୍ର କ୍ୟାଡରର ଜଣେ ଆଇପିଏସ୍ ଅଧିକାରୀ। ୨୦୦୮ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଆଭ୍ୟନ୍ତରୀଣ ସୁରକ୍ଷା ସେବା ପଦକରେ ସମ୍ମାନିତ କରିଥିଲେ। ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ତାଙ୍କ ସାହସିକ କାର୍ଯ୍ୟ ପାଇଁ ୧୯୯୦ ମସିହାରେ ତାଙ୍କୁ ସ୍ପେଶାଲ ସର୍ଭିସ ମେଡାଲ ମିଳିଥିଲା। ଆଦିବାସୀଙ୍କ ସମସ୍ୟାର ସମାଧାନ ଓ ନକ୍ସଲ ଉପରେ ବହି ଲେଖିଛନ୍ତି।

ସତ୍ୟପାଲ  ସିଂ ରସାୟନ ବିଜ୍ଞାନରେ ଏମ୍‌ଏସ୍‌ସି ଓ ଏମ୍‌ଫିଲ କରିଛନ୍ତି। ଅଷ୍ଟ୍ରେଲିଆରୁ ଏମ୍‌ବିଏ କରିବା ସହ ପବ୍ଲିକ ଆଡମିନିଷ୍ଟ୍ରେସନ୍‌ରେ ଏମ୍‌ଏ ଓ ନକ୍ସଲବାଦରେ ପିଏଚ୍‌ଡି କରିଛନ୍ତି।

ଆଲଫୋନ୍ସ କନ୍ନଥନମ୍‌ୱ: ଆଲଫୋନ୍ସ କନ୍ନଥନମ୍‌  ୧୯୭୯ ବ୍ୟାଜ୍‌ର କେରଳ କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ। ଏଥିସହ ସେ ଜଣେ ଓକିଲ। ୧୫୦୦ ବେଆଇନ ବିଲ୍ଡିଂକୁ ହଟାଇବା ପାଇଁ ଡିଡିଏ (ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି)କୁ ସେ ମଞ୍ଜୁରୀ ଦେଇଥିଲେ। ଏଥିପାଇଁ ତାଙ୍କୁ ଟାଇମ୍ସ ମ୍ୟାଗାଜିନରେ ଟପ୍ ୧୦୦ ୟଙ୍ଗ୍ ଗ୍ଲୋବାଲ ଲିଡର ତାଲିକାରେ ସ୍ଥାନ ମିଳିଥିଲା