ସ୍କୁଲ ପାଇଖାନାରେ ୯ ବର୍ଷର ଝିଅକୁ ବଳାତ୍କାର

ନୂଆଦିଲ୍ଲୀ: ହରିୟାଣା ପାନିପତରର ଏକ ଘରୋଇ ସ୍କୁଲରେ ୯ ବର୍ଷ ଝିଅକୁ ଦୁଷ୍କର୍ମ । ଲେଡିଜ୍ ଟଏଲେଟରେ  ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପୀଡିତାଙ୍କ ପରିବାର ଏବଂ ଅଭିଭାବକମାନେ ସ୍କୁଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ କରିଛନ୍ତି । ସେପଟେ ପାନିପତ୍ ପୋଲିସ ପୋସ୍କୋ ଆକ୍ଟ ଅନୁସାରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ଘଟଣାରେ ସନ୍ଦେହରେ ୫ଜଣ ବ୍ୟକ୍ତିଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ପୋଲିସ। ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଝିଅଟି ପରୀକ୍ଷା ଦେବାକୁ ସ୍କୁଲ ଯାଇଥିବା ବେଳେ ଟଏଲେଟ୍ ଭିତରେ ଜଣେ ବ୍ୟକ୍ତି ପଶି ଦୁଷ୍କର୍ମ କରିଥିଲା।  ସ୍କୁଲ କ୍ୟାମ୍ପସ୍‌ ପୁଣି ଲେଡିଜ୍ ଟଏଲେଟ୍‌ରେ ଜଣେ ବ୍ୟକ୍ତି କିପରି ପଶି ଦୁଷ୍କର୍ମ କଲା ଏବଂ ସ୍କୁଲ କର୍ତ୍ତୃପକ୍ଷ କିପରି ଏହା ଜାଣିପାରିଲେ ନାହିଁ, ତାକୁ ନେଇ ହଙ୍ଗାମା କରିଛନ୍ତି ଅଭିଭାବକ।