ଲଜ୍ଜା: ୯ ବର୍ଷର ଝିଅକୁ ୮ଦିନ ଧରି ଦୁଷ୍କର୍ମ ପରେ ହତ୍ୟା

ନୂଆଦିଲ୍ଲୀ: କାଠୁଆ ଓ ଉନ୍ନାଓ ଗଣଦୁଷ୍କର୍ମ ମାମଲାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ନିଆଁ ଜଳୁଛି। ସମସ୍ତେ ନ୍ୟାୟ ପାଇଁ ଅପରାଧୀଙ୍କୁ ଫାଶି ଖୁଣ୍ଟରେ ଝୁଲାଇବାକୁ ଦାବି କରୁଛନ୍ତି। ଏଭଳି ସ୍ଥିତିରେ ଗୁଜରାଟର ସୁରଟ ସହରରେ ମଧ୍ୟ ଅନୁରୂପ ଘଟଣା ସାମ୍ନାକୁ ଆସିଛି। ଜଣେ ୯ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୁରଟର ପାଣ୍ଡେସରାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା।

ନାବାଳିକାକୁ କେବଳ ଦୁଷ୍କର୍ମ କରାଯାଇନି, ପ୍ରାୟ ୮ ଦିନ ଧରି ନିର୍ଯାତନା ଦିଆଯାଇଛି।  ତା’ ଶରୀରରେ ୮୦ରୁ ଅଧିକ କ୍ଷତଚିହ୍ନ ଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଗତ ଏପ୍ରିଲ ୬ ତାରିଖରୁ ନାବାଳିକାର ମୃତଦେହ ମିଳିଛି। କିନ୍ତୁ ଏବେବି ତା’ର ପରିଚୟ ମିଳିପାରିନାହିଁ। ମୃତ ନାବାଳିକାର ପରିବାର ଲୋକଙ୍କ ସମ୍ପର୍କରେ ଖବର ଦେଲେ ୨୦ ହଜାର ଟଙ୍କା ପୁରସ୍କାର ରାଶି ମିଳିବ ବୋଲି ପୋଲିସ ଘୋଷଣା କରିଛି। ଏପଟେ ପାଣ୍ଡେସର ପୋଲିସ ୨ଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।