ଚୌକି ଚୋରକୁ ବିହାରୀ ଗୁଣ୍ଡା: ବର୍ବରତା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ମାମୁଲି ଚୋରି ପାଇଁ ନିଷ୍ଠୁର ଦଣ୍ଡ। ଏକ ବାହାଘର ଉତ୍ସବରେ ଚୌକି ଚୋରି କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ କଠୋର ଶାସ୍ତି ମିଳିଛି। ଦୁଇ ଜଣଙ୍କ ମୁଣ୍ଡ ତଳକୁ କରି ଗୋଡ଼ ବାନ୍ଧି ଗଛରେ ଟାଙ୍ଗି ଦିଆଯାଇଛି। ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବିହାରର କଇମୁର ଜିଲ୍ଲାରେ।

ଗତ ସପ୍ତାହରେ କଇମୁର ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତି ମାହାଙ୍ଗୁ ବିନ୍ଦଙ୍କ ଝିଅ ବାହାଘର ପାଇଁ ଉତ୍ସବର ଆୟୋଜନ ହୋଇଥିଲା।  ଉତ୍ସବରୁ ଦୁଇ ଜଣ ବ୍ୟକ୍ତି ୫ଟି ଚୌକି ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା।  ପରେ ଅଭିଯୁକ୍ତଙ୍କୁ ଧରି ନିସ୍ତୁକ ମାଡ ମରା ଯାଇଥିଲ। ଗାଁ ଲୋକଙ୍କ ସାମ୍ନାରେ ଏଭଳି ଦଣ୍ଡ ମିଳିଥିବା ବେଳେ କେହି ଏହାର ପ୍ରତିବାଦ କରିପାରି ନଥିଲେ। ଏପରିକି ବର୍ବରତାର ଶିକାର ପୀଡ଼ିତମାନେ ମଧ୍ୟ ଏ ନେଇ କୌଣସି ଅଭିଯୋଗ କରି ନାହାଁନ୍ତି।  ପୋଲିସ ଘଟଣାର ତଦନ୍ତ କରି ମାମଲାରେ ୪ଜଣଙ୍କୁ ଗିରଫ କରିଛି।  ତେବେ ମୁଖ୍ୟ ଅଭିଯୁକ୍ତ ମାହାଙ୍ଗୁ ବିନ୍ଦ ଫେରାର ହୋଇଯାଇଛନ୍ତି।