ବଲିଉଡ୍‌ ଅଭିନେତ୍ରୀଙ୍କ କାର ସହ ପିଟି ହୋଇ ବାଇକ୍‌ ଆରୋହୀ ମୃତ

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନଙ୍କ କାର ସହ ପିଟି ହୋଇ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗୋଆରେ ଏହି ଦୁର୍ଘଟଣା ଘଟିଛି। ଏଏନଆଇ ସୂଚନାମୁତାବକ ବାଇକ୍‌ ଆରୋହୀ ଜଣକ ବିନା ହେଲମେଟ୍‌ରେ ଥିଲେ। ତେବେ ଜରିନ୍‌ ଖାନଙ୍କ କାର ସହ  ବାଇକ୍ ଧକ୍କା ହେବା ପରେ ବାଇକ୍‌ ଆରୋହୀ ଜଣକ ରାସ୍ତାର ଡିଭାଇଡରରେ ପିଟି ହୋଇଥିଲେ।

ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ଜରିନ୍‌ ଖାନ୍‌ଙ୍କ ଟିମ୍‌ ସଦସ୍ୟ ସମ୍ପୃକ୍ତ ବାଇକ୍ଆରୋହୀଙ୍କୁ ସ୍ଥାନୀୟ ମେଡିକାଲରେ ଭିର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପାଇଁ ଜରିନ୍‌ ଖାନ୍‌ ଦୁଃଖିତ ଥିବା କହିଛନ୍ତି। ସଲମାନଙ୍କ ସହ ‘ବୀର’ରୁ ଫିଲ୍ମରେ ଅଭିନୟର ସୁଯୋଗ ପାଇ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଜରିନ୍‌।