ଦଳିତ ବର ଘୋଡ଼ା ଚଢ଼ିବାରୁ ପିଟି ପକାଇଲେ

ନୂଆଦିଲ୍ଲୀ: ଦେଶରେ ଆଜି ବି ଛୁଆଁଅଛୁଆଁ ଭେଦଭାବ ରହିଛି। ଦେଶର ବିଭନ୍ନ ସ୍ଥାନରେ ବିଭିନ୍ନ ସମୟରେ ଜାତି ଓ ଛୁଆଁଅଛୁଆଁ ଭେଦଭାବକୁ ନେଇ ଆତ୍ୟାଚାର ହେଉଥିବା ଘଟଣା ସାମ୍ନାକୁ ଆସୁଛି। ପୂର୍ବରୁ ଥରେ ଜଣେ ଦଳିତ ବ୍ୟକ୍ତି ତାଙ୍କ ବାହାଘରରେ ଘୋଡ଼ା ଚଢ଼ିବାରୁ ତାଙ୍କୁ ମାଡ଼ ମରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏବେ ପୁଣି ଥରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ ରାଜସ୍ଥାନର ଭିଲବାଡ଼ା ଜିଲ୍ଲାରେ ଗୋବର୍ଦ୍ଧନପୁରା ଗାଁର ଜଣେ ଦଳିତ ଯୁବକ ନିଜ ବାହାଘରେ ଘୋଡ଼ା ଚଢ଼ି ଯିବାବେଳେ ତାଙ୍କୁ ମାଡ଼ ମରାଯାଇଛି। ସେହି ଗାଁର କିଛି ଲୋକ ତାଙ୍କୁ ଘୋଡ଼ାରୁ ଓହ୍ଲାଇବା ପାଇଁ ବାଧ୍ୟ କରଥିଲେ। ତା’ପରେ ତାଙ୍କୁ ମାଡ଼ ମାରିଥିଲେ। ପୋଲିସ ଏହି ମାମଲାକୁ ଜନଜାତି ଆକ୍ଟ ଅନୁଯାୟୀ ରୁଜ୍ଜୁ କରିଛି। ପୋଲିସ ବର୍ତ୍ତମାନ ସୁଧା ୭ ଜଣଙ୍କୁ ଗିରଫ କରିଛି।

କିଛି ଦିନ ପୂର୍ବରୁ ଗୁଜରାଟରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା। ସେଠାରେ ଜଣେ ଦଳିତ ଯୁବକ ଘୋଡ଼ା ଚଢ଼ିବାରୁ ତାଙ୍କୁ ହତ୍ୟା କରାଯାଇଥିଲା। ସେହି ଗାଁର କିଛି ଉଚ୍ଚ ଜାତିର ଲୋକ ତାଙ୍କୁ ମାରି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।