ସ୍ତ୍ରୀ ଥିଲେ ପ୍ରେମିକା ମନା, ସରକାର ଆଣିଲେ କଡ଼ାନିୟମ

ଲକ୍ଷ୍ନୌ: ସ୍ତ୍ରୀ ଥିଲେ ପ୍ରେମିକା ମନା। ଘରେ ପତ୍ନୀ ଥିଲେ ଆଉ କାହାକୁ ପ୍ରେମ କରିପାରିବେନି ପୋଲିସ ବାବୁ । ଉତ୍ତରପ୍ରଦେଶର କ୍ୟାବିନେଟ ବୈଠକରେରେ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ପୁଲିସ ମାନୁଆଲରେ ପରିବର୍ତ୍ତନ ଅଣାଯାଇଛି। ଅର୍ଥାତ୍‌ ବିବାହିତ ପୋଲିସ କର୍ମଚାରୀମାନ ଦ୍ୱିତୀୟ ପତ୍ନୀ ରଖିପାରିବେ ନାହିଁ। ଏହି ସଂଶୋଧିତ ନିୟମ ଅନୁଯାୟୀ ଉତ୍ତରପ୍ରଦେଶର ପୋଲିସ କର୍ମଚାରୀମାନେ ଆଉ ଦ୍ୱିତୀୟ ବିବାହ କରିପାରିବେ ନାହିଁ।   ବୁଧବାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଅଯାଇଛି।

ନୂଆ ନିୟମ ଅନୁସାରେ ଏବେ କ୍ଲର୍କ, ଅକାଉଣ୍ଟାଣ୍ଟ୍‌, କନ୍‌ଫିଡ଼େନ୍‌ସିଆଲ ଆସିଷ୍ଟାଣ୍ଟ ଦ୍ୱିତୀୟ ବିବାହ ବା ପ୍ରେମିକା ସହ ଲିଭ୍‌ ଇନ୍‌ରେ ରହି ପାରିବେ ନାହିଁ । ସେହିପରି ଇନ୍‌ସପେକ୍ଟର, ସବ୍‌ ଇନ୍‌ସ୍‌ପେକ୍ଟର ଏବଂ କନେଷ୍ଟବଳଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି । ଏଥିପାଇଁ ସର୍ତ୍ତ ମଧ୍ୟ  ରହିଛି ।  ଯଦି ପର୍ସନାଲ ଲ’ଅନୁଯାୟୀ ଦ୍ୱିତୀୟ ବିବାହ ପାଇଁ ଅନୁମତି ଦିଆ ଯାଇଥିବ ତେବେ ଯାଇ ସମ୍ପୃକ୍ତ ପୁଲିସକର୍ମୀ ପାଇଁ ଉପରୋକ୍ତ ନିୟମ କୋହଳ କରାଯାଇପାରିବ।