ସେକ୍ସ ଭିଡିଓ ଦେଖୁଥିଲେ, ମା’ ବାରଣ କରିବାରୁ …

କୋଲକାତା: ସେକ୍ସ ଭିଡିଓ ଦେଖିବାକୁ  ବାରଣ କରିବାରୁ ଆତ୍ମହତ୍ୟା କଲେ ଛାତ୍ର। ଏମିତି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗ କୋଲକାତାର ଗରିୟା ଅଞ୍ଚଳରେ ଦେଖିବାକୁ ମିଲିଛି। ଏଠାରେ ଜଣେ ୧୬ବର୍ଷର ଛାତ୍ର ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ପର୍ଣ୍ଣ ଭିଡିଓ ଦେଖୁଥିବା ବେଳେ ତାଙ୍କ ମା’ ବାରଣ କରିବାରୁ ଏମିତି ଏକ ଚରମ ନିଷ୍ପତ୍ତି ନେଇଥିଲେ ଛାତ୍ର ଜଣଙ୍କ।

ସୂଚନା ଅନୁଯାୟୀ, ସମ୍ପୃକ୍ତ ଛାତ୍ର ଜଣକ ରାତିତମାମ ସ୍ମାର୍ଟଫୋନ୍‌ରେ ପର୍ଣ୍ଣ ଭିଡିଓ ଦେଖୁଥିଲା। ଫଳରେ ପୁଅର ମା’ ଏଥିରେ ବିରକ୍ତ ପ୍ରକାଶ କରି ସେଥିରୁ ନିବୃତ୍ତ ରହିବାକୁ ବାରମ୍ବାର ମନା କରିଥିଲେ। ହେଲେ ପୁଅ କଥା ନ ଶୁଣିବାରୁ ମା’ ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ଏଥିରେ ପୁଅ ରାଗି ଯୋଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା। କୋଲକାତାର ଗରିୟା ଅଞ୍ଚଳରେ ରହୁଥିବା ସେକତ ବୋରଲ ପରୀକ୍ଷାରେ ୮୩ପ୍ରତିଶତ ନମ୍ବର ରଖି ସଫଳ ହୋଇଥିଲେ।  ଏଥିରେ ବାପା ମା’  ଖୁସି ହୋଇ ଏକ ସ୍ମାର୍ଟଫୋନ୍‌ ଉପହାର ଦେଇଥିଲେ। ପୁଅ ୮୩ ପ୍ରତିଶତ ନମ୍ବର ଆଣିବା ପରେ ତାକୁ ମୋବାଇଲ ଫୋନ୍‌ ଦିଆଯାଇଥିଲା। ସେ ଧୀରେ ଧୀରେ ଅନ୍ୟ କୌଣସି କାମରେ ମନ ନ ଦେଇ ଅଧିକାଂଶ ସମୟ ମୋବାଇଲ ଫୋନ୍‌ରେ ବିତାଇଥିଲା। ଦିନେ ପୁଅର ମୋବାଇଲ ଫୋନ୍‌ ଛଡ଼ାଇ ଆଣିବା ବେଳକୁ  ମୋବାଇଲରେ ଖାଲି ପର୍ଣ୍ଣ ଭିଡିଓ ଥିଲା। ଏହାପରେ ପୁଅକୁ ଆଉ ମୋବାଇଲ ଦେଇ ନ ଥିଲେ । ସେଦିନ ରାତିରେ ପୁଅ ରାଗି ଯାଇ ନଖାଇ ଶୋଇ ପଡ଼ିଥିଲା ଏବଂ ରାତି ଫାଶୀ ଦେଇ ଆତ୍ମହତ୍ୟା କରିଥିଲା।